ଭୋଟ ଦେବାକୁ ଧାଡ଼ିରେ ଠିଆ ହେଲେ ହେଭିୱେଟ୍‌ ରାଜନେତା ଓ ସେଲେବ୍ରିଟି

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଡ଼ୋଶୀ ଗୁରୁଗ୍ରାମରେ ଆଜି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଛି। ଏଥିରେ ବହୁ ବରିଷ୍ଠ ରାଜନେତା ଏବଂ ବହୁ ଖ୍ୟାତନାମା ବ୍ୟକ୍ତି ନିଜର ମତଦାନ ଅଧିକାର ଜାହିର କରୁଥିବା ଦେଖାଯାଇଥିଲା। ଏହି ସମସ୍ତ ଷ୍ଟାର ଭୋଟରଙ୍କ ମଧ୍ୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଥିଲେ। ଦିଲ୍ଲୀର […]

Virat-President-voted

Subrat Kumar Nayak
  • Published: Sunday, 12 May 2019
  • , Updated: 12 May 2019, 07:14 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଡ଼ୋଶୀ ଗୁରୁଗ୍ରାମରେ ଆଜି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଛି। ଏଥିରେ ବହୁ ବରିଷ୍ଠ ରାଜନେତା ଏବଂ ବହୁ ଖ୍ୟାତନାମା ବ୍ୟକ୍ତି ନିଜର ମତଦାନ ଅଧିକାର ଜାହିର କରୁଥିବା ଦେଖାଯାଇଥିଲା। ଏହି ସମସ୍ତ ଷ୍ଟାର ଭୋଟରଙ୍କ ମଧ୍ୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଥିଲେ।

ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ପ୍ରାର୍ଥୀ ଦେଇଥିବା ଆମ୍‌ ଆଦ୍‌ମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆଜି ଭୋଟ୍‌ ଦେଇଛନ୍ତି। ଦିଲ୍ଲୀର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ଗୌତମ ଗମ୍ଭୀର, ମନୋଜ ତିୱାରୀ, ଆପ୍‌ର ଅତିଶୀ, ରାଘବ ଚଢ଼ା ଏବଂ କଂଗ୍ରେସର ଶୀଲା ଦୀକ୍ଷିତ ଓ ଅଜୟ ମାକେନ୍‌ଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍ ହୋଇଛି। ସେହିପରି ଚାନ୍ଦନୀଚୌକ୍‌ରୁ ଏଥର ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କର ଭାଗ୍ୟ ଇଭିଏମ୍‌ରେ କଏଦ୍‌ ହୋଇଛି।

ଆଜି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ତାଙ୍କ ପତ୍ନୀ ଉଷା ଦେବୀ ନିର୍ମାଣ ଭବନ ପୋଲିଂ ବୁଥ୍‌ଠାରେ ଭୋଟ୍ ଦେଇଛନ୍ତି। ଭେଙ୍କୟା ଭୋଟ୍‌ ଦେଇସାରିବା ପରେ କହିଛନ୍ତି, "ମୁଁ ଲୋକଙ୍କୁ ସେମାନଙ୍କ ଭୋଟ ଅଧିକାର ସାବ୍ୟସ୍ତ କରିବା ପାଇଁ ଆହ୍ୱାନ କରୁଛି। ଏହା ସେମାନଙ୍କର ପ୍ରମୁଖ ଦାୟିତ୍ୱ।"

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କେ କାମରାଜ୍‌ ଲେନ୍‌ସ୍ଥିତ ଏନ୍‌ପି ପ୍ରାଇମେରୀ ସ୍କୁଲଠାରେ ଥିବା ପୋଲିଂ ବୁଥ୍‌ରେ ଭୋଟ୍‌ ଦେଇଥିବା ବେଳେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଏବଂ ତାଙ୍କ ପରିବାର ନିର୍ମାଣ ଭବନ ପୋଲିଂ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ ଏବଂ ନିର୍ବାଚନ କମିଶନର ସୁନୀଲ ଆରୋରା ମଧ୍ୟ ଷଷ୍ଠ ପର୍ଯ୍ୟାୟରେ ଭୋଟ୍‌ ଦେଇଛନ୍ତି।

ଆଜି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଭୋଟ୍‌ ଦେଇଛନ୍ତି। ସେ ସମସ୍ତଙ୍କୁ ଅଧିକ ସଂଖ୍ୟାରେ ଭୋଟ୍‌ ଦେଇ ନିଜର ଭୋଟ ଅଧିକାର ସାବ୍ୟସ୍ତ କରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। ସେ ଗୁରୁଗ୍ରାମ୍‌ର ପାଇନ୍‌କ୍ରାଏଷ୍ଟ ସ୍କୁଲଠାରେ ସକାଳୁ ସକାଳୁ ଭୋଟ୍‌ ଦେଇଥିବା କିଛି ଭୋଟରଙ୍କ ସହ ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଇଥିଲେ। ସେ ଟ୍ୱିଟ୍‌ କରି କହିଥିଲେ ରାଷ୍ଟ୍ର ନିର୍ମାଣ ପାଇଁ ଭୋଟ୍‌ ଦେବା ଜରୁରୀ।

ଭିଭିପ୍ୟାଟ ସଂଯୁକ୍ତ ଇଭିଏମ ଜରିଆରେ ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ହରିନ୍ଦର ସିଦ୍ଧୁ ବେଶ୍‌ ପ୍ରଶଂସା କରିଛନ୍ତି। ଭାରତରେ ଏଭଳି ବୃହତ୍‌ ସଂଖ୍ୟାରେ ମତଦାନ କିଭଳି ସମ୍ଭବ ହୋଇପାରୁଛି, ବୋଲି ପ୍ରଶ୍ନ କରିବା ସହିତ ସୁସଂଗଠିତ ନିର୍ବାଚନ କମିଶନ ଏବଂ ସରକାରୀ କର୍ମଚାରୀଙ୍କ କାରଣରୁ ଏହା ସମ୍ଭବପର ହୋଇପାରୁଛି ବୋଲି ସେ ନିଜେ ଉତ୍ତରରେ କହିଛନ୍ତି।

Related story