ଗୁଗୁଲରେ ନିର୍ବାଚନୀ ବିଜ୍ଞାପନ, ସବୁଠୁ ଆଗରେ ଆନ୍ଧ୍ରପ୍ରଦେଶ

ନୂଆଦିଲ୍ଲୀ: ପ୍ରଚାର ପାଇଁ ଏ ଦୁଆରରୁ ସେ ଦୁଆର ନେତା ଏବଂ ଦଳ ଯେତିକି ପ୍ରଚାର କରୁଛନ୍ତି ତାଠୁ ଅଧିକ ସୋଶାଲ ମିଡ଼ିଆରେ ପ୍ରଚାର ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା ୮୩୧ଟି ନିର୍ବାଚନୀ ବିଜ୍ଞାପନ ପାଇଁ ୩ କୋଟି ୭ ଲକ୍ଷ ଟଙ୍କା ଗୁଗୁଲ ପ୍ଲାଟଫର୍ମରେ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ବିଜେପି ୫୫୪ଟି ବିଜ୍ଞାପନ ପାଇଁ ୧ କୋଟି ୨୧ ଲକ୍ଷ […]

Google-to-Bring-more-Transparency-in-Election-Ads-for-the-Lok-Sabha-Elections-2019

Subhransu Sekhar
  • Published: Friday, 05 April 2019
  • , Updated: 05 April 2019, 10:42 AM IST

ନୂଆଦିଲ୍ଲୀ: ପ୍ରଚାର ପାଇଁ ଏ ଦୁଆରରୁ ସେ ଦୁଆର ନେତା ଏବଂ ଦଳ ଯେତିକି ପ୍ରଚାର କରୁଛନ୍ତି ତାଠୁ ଅଧିକ ସୋଶାଲ ମିଡ଼ିଆରେ ପ୍ରଚାର ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା ୮୩୧ଟି ନିର୍ବାଚନୀ ବିଜ୍ଞାପନ ପାଇଁ ୩ କୋଟି ୭ ଲକ୍ଷ ଟଙ୍କା ଗୁଗୁଲ ପ୍ଲାଟଫର୍ମରେ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ବିଜେପି ୫୫୪ଟି ବିଜ୍ଞାପନ ପାଇଁ ୧ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

କେଉଁ ରାଜ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକ ଗୁଗୁଲରେ ପ୍ରଚାର ପାଇଁ ଅଧିକ ଟଙ୍କା ନିବେଶ କରିଛନ୍ତି ବୋଲି ଜଣାପଡ଼ିଛି।

[caption id="attachment_363800" align="alignnone" width="731"] COURTESY: IANS[/caption]

ଆନ୍ଧ୍ରପ୍ରଦେଶରେ ୧ କୋଟି ୭୩ ଲକ୍ଷ ଟଙ୍କା ଗୁଗୁଲର ପ୍ଲାଟଫର୍ମରେ ଖର୍ଚ୍ଚ ହୋଇଥିବାବେଳେ ତେଲେଙ୍ଗାନାରେ ୭୨ ଲକ୍ଷ ଟଙ୍କା, ତାମିଲନାଡ଼ୁରେ ୬ ଲକ୍ଷ ୮୯ହଜାର ୯ଶହ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଉତ୍ତରପ୍ରଦେଶରେ ୧୮ ଲକ୍ଷ, ମହାରାଷ୍ଟ୍ରରେ ୧୭ ଲକ୍ଷ ଏବଂ ଓଡ଼ିଶାରେ ୩ ଲକ୍ଷ ୮୧ ହଜାର ୯୦୦ ଟଙ୍କା, ଦିଲ୍ଲୀରେ ୯ ଲକ୍ଷ ୯୬ ହଜାର ୫୦୦, ପଶ୍ଚିମବଙ୍ଗରେ ୯ ଲକ୍ଷ ୨୧ ହଜାର ୯୦୦ ଟଙ୍କା ଖର୍ଚ୍ଚ ହୋଇଛି।
ତେବେ ସବୁଠୁ କମ ଲାକ୍ଷାଦ୍ବୀପ ପୁଞ୍ଜରେ ୩୦୦ ଟଙ୍କା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୮୦୦ ଟଙ୍କା, ସିକିମରେ ୧୮ ଶହ ଟଙ୍କା, ଅରୁଣାଚଳ ପ୍ରଦେଶରେ ୧୯ ଶ ଖର୍ଚ୍ଚ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସେହିପରି ସୋଶାଲ ମିଡିଆ ଫେସବୁକରେ ଫେବୃଆରୀ ସୁଦ୍ଧା ବିଜେପି ବିଜ୍ଞାପନରେ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

Related story