ପାଟନା: ଦେଶର ଜଣାଶୁଣା ‘ପଲିଟିକାଲ୍ ଷ୍ଟ୍ରାଟେଜିଷ୍ଟ୍’ ପ୍ରଶାନ୍ତ କିଶୋର ଜେଡିୟୁରେ ଯୋଗ ଦେଇଛନ୍ତି। ଆଜି ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ।
୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପଛରେ ତାଙ୍କର ବଡ଼ ଯୋଗଦାନ ଥିଲା। ଏନେଇ ବହୁତ ଚର୍ଚ୍ଚା ବି ହୋଇଥିଲା। ତା’ପର ବର୍ଷ ବିହାର ବିଧାନସଭା ନିର୍ବାଚନ ପାଇଁ ସେ ନୀତୀଶଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।
ଭାରତୀୟ ରାଜନୀତି ସହିତ ସଂପର୍କ ସ୍ଥାପନ କରିବା ପୂର୍ବରୁ ସେ ଜାତିସଂଘ ସହିତ ଜଡ଼ିତ ଥିଲେ।
୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ବିଜେପିକୁ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ। ସେଥର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ପୁଣି ବିଜୟୀ ହୋଇଥିଲା ଓ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।
[caption id="attachment_276564" align="aligncenter" width="730"] ଜେଡିୟୁରେ ଯୋଗ ଦେବା ପରେ ନୀତୀଶଙ୍କ ସହ ପ୍ରଶାନ୍ତ[/caption]
ଦୁଇ ବର୍ଷ ପରେ ସେ Citizens for Accountable Governance’ (CAG) ଗଠନ କରିଥିଲେ। ଏଥିରେ ଏମିତି କିଛି ଯୁବ ପ୍ରଫେସ୍ନାଲ୍ ଯୋଗ ଦେଇଥିଲେ ଯେଉଁମାନେ ଭାରତୀୟ ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ। ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏହି ସଂସ୍ଥା ଭୋଟରଙ୍କ ମାନସିକତାକୁ ପଢ଼ି ବିଜେପିକୁ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ। ଫଳରେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା।
୨୦୧୫ରେ ବିହାର ବିଧାନସଭା ନିର୍ବାଚନ ପାଇଁ ସେ ତାଙ୍କର ସିଏଜିର ସହକର୍ମୀମାନଙ୍କୁ ପୁଣି ଏକାଠି କରିଥିଲେ ଓ ଗ୍ରୁପ୍ର ନାଁ ଦେଇଥିଲେ I-PAC (Indian Political Action Committee)। ଏହି ନିର୍ବାଚନରେ ନୀତୀଶଙ୍କ ଜେଡିୟୁ, ଲାଲୁ ଯାଦବ ଆର୍ଜେଡି ଓ କଂଗ୍ରେସ ମେଣ୍ଟକୁ ୨୪୩ଟି ଆସନରୁ ୧୭୮ଟି ମିଳିଥିଲା। ଏହି ମେଣ୍ଟ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ହରାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।