ଆଜମ ଖାନ୍‌ ଓ ମାନେକାଙ୍କୁ ବି ପ୍ରଚାର ମନା

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇ ପୁଣିଥରେ ଦଣ୍ଡିତ ହୋଇଛନ୍ତି ଦୁଇ ଜଣ ରାଜନେତା। ‘ଖାକି ଅଣ୍ଡରୱେର’ ବୟାନ ପାଇଁ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ ୭୨ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି। ସେହିପରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ମୁସଲିମ ଭୋଟରଙ୍କୁ ପରୋକ୍ଷରେ ଧମକ ଦେଇ ଭୋଟ ମାଗିଥିବାରୁ ନିର୍ବାଚନ କମିଶନ ତାଙ୍କୁ ୪୮ ଘଣ୍ଟା ପାଇଁ ପ୍ରଚାର ନ କରିବାକୁ ନିର୍ଦ୍ଦେଶ […]

rti

Hemant Lenka
  • Published: Monday, 15 April 2019
  • , Updated: 15 April 2019, 10:06 PM IST

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇ ପୁଣିଥରେ ଦଣ୍ଡିତ ହୋଇଛନ୍ତି ଦୁଇ ଜଣ ରାଜନେତା। ‘ଖାକି ଅଣ୍ଡରୱେର’ ବୟାନ ପାଇଁ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ ୭୨ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି। ସେହିପରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ମୁସଲିମ ଭୋଟରଙ୍କୁ ପରୋକ୍ଷରେ ଧମକ ଦେଇ ଭୋଟ ମାଗିଥିବାରୁ ନିର୍ବାଚନ କମିଶନ ତାଙ୍କୁ ୪୮ ଘଣ୍ଟା ପାଇଁ ପ୍ରଚାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜମ ଖାନ୍‌ ତାଙ୍କ ରାମପୁର ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତ୍ରୀ ଜୟାପ୍ରଦା 'ଖାକି ଅଣ୍ଡରୱେର' ପିନ୍ଧୁଥିବା କହିଥିଲେ। ନିର୍ବାଚନ କମିଶନ କହିଛନ୍ତି, “ଆଜମ ଖାନ୍‌ଙ୍କ ବୟାନକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ଏଥିସହ ଏଭଳି ବୟାନ ପାଇଁ ତାଙ୍କୁ ୩ ଦିନ ପାଇଁ ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ। ସେହିପରି ମାନେକା ଗାନ୍ଧି ମୁସଲିମ ଭୋଟରଙ୍କୁ ଏଭଳି ଧମକ ଦେବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ତାଙ୍କୁ ୨ ଦିନ ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ।”

ଏହାପୂର୍ବରୁ ନିର୍ବାଚନ କମିଶନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ ୭୨ ଘଣ୍ଟା ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ୪୮ ଘଣ୍ଟା ପାଇଁ ବ୍ୟାନ୍‌ କରିଥିଲେ।

Related story