ଭୋଟର୍‌ଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିଂ ଏଜେଣ୍ଟ ଗିରଫ

ଫରିଦାବାଦ: ଷଷ୍ଠ ପର୍ଯ୍ୟାୟ ଭୋଟିଂ ବେଳେ ଫରିଦାବାଦରେ ଜଣେ ପୋଲିଂ ଏଜେଣ୍ଟ ଭୋଟରଙ୍କୁ ପ୍ରଭାବିତ କରିଥିଲେ। ଏନେଇ ଅଭିଯୋଗ ଆସିବା ପରେ ପୁଲିସ୍‌ ଉକ୍ତ ପୋଲିଂ ଏଜେଣ୍ଟଙ୍କୁ ଗିରଫ କରିଛି। ନିର୍ବାଶକ କମିଶନ କହିଛନ୍ତି, ଫରିଦାବାଦ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେ ପୋଲିଂ ଏଜେଣ୍ଟଙ୍କ ଭୋଟରଙ୍କୁ ପ୍ରଭାବିତ କରୁଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୁଲିସ୍‌ ଉକ୍ତ ପୋଲିଂ ଏଜେଣ୍ଟଙ୍କୁ ଗିରଫ କରିଛି। ସେ ଅତିକମ୍‌ରେ ୩ ଜଣ ମହିଳା […]

w

Hemant Lenka
  • Published: Monday, 13 May 2019
  • , Updated: 13 May 2019, 03:39 PM IST

ଫରିଦାବାଦ: ଷଷ୍ଠ ପର୍ଯ୍ୟାୟ ଭୋଟିଂ ବେଳେ ଫରିଦାବାଦରେ ଜଣେ ପୋଲିଂ ଏଜେଣ୍ଟ ଭୋଟରଙ୍କୁ ପ୍ରଭାବିତ କରିଥିଲେ। ଏନେଇ ଅଭିଯୋଗ ଆସିବା ପରେ ପୁଲିସ୍‌ ଉକ୍ତ ପୋଲିଂ ଏଜେଣ୍ଟଙ୍କୁ ଗିରଫ କରିଛି।

ନିର୍ବାଶକ କମିଶନ କହିଛନ୍ତି, ଫରିଦାବାଦ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେ ପୋଲିଂ ଏଜେଣ୍ଟଙ୍କ ଭୋଟରଙ୍କୁ ପ୍ରଭାବିତ କରୁଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୁଲିସ୍‌ ଉକ୍ତ ପୋଲିଂ ଏଜେଣ୍ଟଙ୍କୁ ଗିରଫ କରିଛି। ସେ ଅତିକମ୍‌ରେ ୩ ଜଣ ମହିଳା ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ ପ୍ରବର୍ତ୍ତାଇଥିଲେ। ”

ତେବେ ନିର୍ବାଚନ କମିଶନ ଉକ୍ତ ପୋଲିଂ ଏଜେଣ୍ଟ କେଉଁ ଦଳ ପାଇଁ ବୁଥରେ ଉପସ୍ଥିତ ଥିଲେ ସେକଥା କହିନାହାନ୍ତି। ପ୍ରିଥାଲ ନିର୍ବାଚନ ମଣ୍ଡଳୀର ଅୱସ୍ତୀ ଠାରେ ଥିବା ଏକ ବୁଥରେ ଏଭଳି ଘଟଣା ଘଟିଥିଲା।

Related story