ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ନିର୍ବାଚନ କମିଶନ ଭୋଟିଂ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲଟ୍‌ର ଅଧିକ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପୋଷ୍ଟାଲ ବାଲଟ୍‌ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏହା ବ୍ୟତୀତ କରୋନାରେ ସଂକ୍ରମିତ ଥିବା ବ୍ୟକ୍ତି ଓ କ୍ୱାରେଣ୍ଟାଇନରେ ଥିବା ଲୋକମାନେ […]

i

Hemant Lenka
  • Published: Thursday, 02 July 2020
  • , Updated: 02 July 2020, 06:17 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ନିର୍ବାଚନ କମିଶନ ଭୋଟିଂ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲଟ୍‌ର ଅଧିକ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।

୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପୋଷ୍ଟାଲ ବାଲଟ୍‌ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏହା ବ୍ୟତୀତ କରୋନାରେ ସଂକ୍ରମିତ ଥିବା ବ୍ୟକ୍ତି ଓ କ୍ୱାରେଣ୍ଟାଇନରେ ଥିବା ଲୋକମାନେ ବି ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ ଦେଇପାରିବେ ବୋଲି କମିଶନ ପକ୍ଷରୁ କୁହାଯାଇଛି।

ମହାମାରୀ କରୋନା ବୟସ୍କ ନାଗରିକ, ଗର୍ଭବତୀ, ଅନ୍ୟ ରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଅଧିକ ଘାତକ ହୋଇପାରେ ବୋଲି ସରକାର କହୁଛନ୍ତି। ଏଥିପାଇଁ ସେମାନଙ୍କୁ ଘରକୁ ବାହାରିବାକୁ ବାରଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବୟସ୍କ ନାଗରିକଙ୍କ ପାଇଁ ନିର୍ବାଚନ କମିଶନ ବିକଳ୍ପ ଭୋଟିଂ ପ୍ରଣାଳୀ ଆପଣାଇଛନ୍ତି।

ବର୍ତ୍ତମାନର ନିୟମ ଅନୁଯାୟୀ, ୮୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ଓ ଜରୁରୀ ସେବା ପାଇଁ ଘର ଠାରୁ ଦୂରରେ ରହୁଥିବା ଲୋକଙ୍କୁ ପୋଷ୍ଟାଲ ବାଲଟର ବ୍ୟବହାର କରିବାର ସୁଯୋଗ ମିଳୁଛି।

Related story