ତେଲେଙ୍ଗାନାରେ ୫ ହଜାର ଟଙ୍କାରେ ମିଳୁଛି ନବଜାତ ଶିଶୁ

ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦାରିଦ୍ର୍ୟ ଆଗରେ ହାର ମାନିଛି ମମତା। ନବଜାତ ଶିଶୁକୁ ପଇସା ପାଇଁ ମାଆ ଟେକି ଦେଇଛି ଆଉ କାହା ହାତକୁ। ଘଟଣା ଅନୁଯାୟୀ ଶୁକ୍ରବାର ତେଲେଙ୍ଗାନାର ସରକାରୀ ହସ୍ପିଟାଲରେ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁଟି ଥିଲା ତାଙ୍କର ଷଷ୍ଠ ସନ୍ତାନ। ତେବେ ଶିଶୁକୁ ମହିଳା ଜଣଙ୍କ ସେହି ଡାକ୍ତରଖାନାରେ କାମ କରୁଥିବା କର୍ମଚାରୀଙ୍କ ସାହାଯ୍ୟରେ ଭଦ୍ରଚଲମ ସହରର ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ। ଏସମ୍ପର୍କରେ […]

newborn-child

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 12:30 PM IST

ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦାରିଦ୍ର୍ୟ ଆଗରେ ହାର ମାନିଛି ମମତା। ନବଜାତ ଶିଶୁକୁ ପଇସା ପାଇଁ ମାଆ ଟେକି ଦେଇଛି ଆଉ କାହା ହାତକୁ।

ଘଟଣା ଅନୁଯାୟୀ ଶୁକ୍ରବାର ତେଲେଙ୍ଗାନାର ସରକାରୀ ହସ୍ପିଟାଲରେ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁଟି ଥିଲା ତାଙ୍କର ଷଷ୍ଠ ସନ୍ତାନ। ତେବେ ଶିଶୁକୁ ମହିଳା ଜଣଙ୍କ ସେହି ଡାକ୍ତରଖାନାରେ କାମ କରୁଥିବା କର୍ମଚାରୀଙ୍କ ସାହାଯ୍ୟରେ ଭଦ୍ରଚଲମ ସହରର ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ।

ଏସମ୍ପର୍କରେ ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କିରିଥିଲା। ବିକ୍ରି କରିବାର କାରଣ ପଚାରିବାରୁ ମହିଳା ଜଣଙ୍କ ତାଙ୍କର ଘରର ଆର୍ଥିକ କାରଣ ବୋଲି କହିଥିଲେ। ସେ କହିଥିଲେ ତାଙ୍କ ସ୍ୱାମୀ ରିକ୍ସା ଚଲାନ୍ତି ଓ ସେଥିରୁ ଯାହା ପଇସା ମିଳେ ସେ ମଦ ପିଇ ଖର୍ଚ୍ଚ କରିଦିଅନ୍ତି। ଏପରି ପରିସ୍ଥିତିରେ ପିଲାର ଲାଳନପାଳନ କରିବା କଷ୍ଟକର। ତେଣୁ ୫୦୦୦ ଟଙ୍କା ନେଇ ସେ ପିଲାକୁ ବିକ୍ରି କରି ଦେଇଛନ୍ତି। ସେପଟେ ପିଲାଟିକୁ କିଣିଥିବା ମହିଳା ତାଙ୍କର କୌଣସି ସନ୍ତାନ ନଥିବାରୁ ସେ ସେହି ପିଲାକୁ ପାଳିବାକୁ ଆଣିଥିବା କହିଛନ୍ତି।

Related story