ବିଜୁଳି ସରବରାହ ଠପ୍ ହେବା ପଛରେ ଷଡ଼ଯନ୍ତ୍ର ଆଶଙ୍କା କଲେ ଶକ୍ତି ମନ୍ତ୍ରୀ
ମୁମ୍ୱାଇ: ଦୁଇ ଦିନ ତଳେ ମାୟାନଗରୀ ମୁମ୍ବାଇରେ ବିଜୁଳି ସରବରାହ ଠପ୍ ହୋଇଯାଇଥିଲା। ଏହାର କାରଣ ପାୱାର ଗ୍ରୀଡ୍ ଫେଲ୍ ବୋଲି ସରକାର କହିଥିଲେ। ପାଖାପାଖି ପାଞ୍ଚରୁ ସାତ ଘଣ୍ଟା ଧରି ମୁମ୍ୱାଇରେ ବିଜୁଳି ସେବା ବନ୍ଦ ରହିଥିଲା। ତେବେ ଏଭଳି ହେବା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଆଶଙ୍କା କରିଛନ୍ତି ରାଜ୍ୟର ଶକ୍ତି ମନ୍ତ୍ରୀ।
ଏହି ସମୟରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଶେଷକରି କୋଭିଡ୍ ହସ୍ପିଟାଲ ଏବଂ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।
The possibility of foul play/sabotage can't be denied in the power outage incident of Mumbai, Thane and Navi Mumbai on Monday: Maharashtra Energy Minister Nitin Raut pic.twitter.com/wfUw44RAmR
— ANI (@ANI) October 14, 2020
ମହାରାଷ୍ଟ୍ରର ଶକ୍ତି ମନ୍ତ୍ରୀ ନିତିନ ରାଉତ ଏହି ଘଟଣାକୁ ସ୍ୱାଭାବିକ ବୋଲି ଗ୍ରହଣ କରିପାରୁ ନାହାନ୍ତି। ସେ କହିଛନ୍ତି, ଗ୍ରୀଡ୍ ଫେଲ୍ ହେବା ପଛରେ ଷଡଯନ୍ତ୍ରକୁ ଆଶଙ୍କାକୁ ଦୂରେଇ ରଖାଯାଇ ପାରିବ ନାହିଁ। ସେ କହିଛନ୍ତି ଯେ କୌଣସି ସ୍ଥାନରେ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ସନ୍ଦେହ କରାଯାଉଛି।
ତେବେ ଏହି ପ୍ରସଙ୍ଗରେ ବିଜେପି ନେତା ତଥା ସାଂସଦ କିରିଟ ସୋମାୟା କହିଛି ଯେ ଉଦ୍ଧବ ସରକାର ଏଭଳି ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।