ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ବିମାନ ଚଳାଚଳ ଦୁର୍ନୀତିରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାରାଥନ ଜେରା କରିଛି। ତାଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ଇଡି ପୂର୍ବରୁ ନୋଟିସ୍‌ କରିଥିଲା। ପ୍ରଥମେ ଜୁନ୍‌ ୬ରେ ହାଜର ହୋଇ ନଥିବା ପ୍ରଫୁଲ୍ଲ ଆଜି ଇଡିରେ ହାଜର ହୋଇଛନ୍ତି। ପ୍ରଫୁଲ୍ଲ ପଟେଲ୍‌ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ବିଦେଶୀ ଓ ଘରୋଇ ବିମାନଗୁଡ଼ିକୁ ଫାଇଦା ଦେଇଥିବା ଅଭିଯୋଗ ହୋଇଛନ୍ତି। ଏଥିପାଇଁ ଏୟାର ଇଣ୍ଡିଆ ଭଳି […]

y

Hemant Lenka
  • Published: Monday, 10 June 2019
  • , Updated: 10 June 2019, 04:04 PM IST

ନୂଆଦିଲ୍ଲୀ: ବିମାନ ଚଳାଚଳ ଦୁର୍ନୀତିରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାରାଥନ ଜେରା କରିଛି। ତାଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ଇଡି ପୂର୍ବରୁ ନୋଟିସ୍‌ କରିଥିଲା। ପ୍ରଥମେ ଜୁନ୍‌ ୬ରେ ହାଜର ହୋଇ ନଥିବା ପ୍ରଫୁଲ୍ଲ ଆଜି ଇଡିରେ ହାଜର ହୋଇଛନ୍ତି। ପ୍ରଫୁଲ୍ଲ ପଟେଲ୍‌ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ବିଦେଶୀ ଓ ଘରୋଇ ବିମାନଗୁଡ଼ିକୁ ଫାଇଦା ଦେଇଥିବା ଅଭିଯୋଗ ହୋଇଛନ୍ତି। ଏଥିପାଇଁ ଏୟାର ଇଣ୍ଡିଆ ଭଳି ସରକାରୀ ବିମାନ ଚଳାଚଳ କମ୍ପାନୀକୁ ବ୍ୟାପକ୍ଷ କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଜି ସକାଳ ୧୦.୩୦ରେ ପ୍ରଫୁଲ୍ଲ ପଟେଲ ଇଡିରେ ହାଜର ହୋଇଥିଲେ। ତାଙ୍କୁ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅନୁଯାୟୀ ଜେରା କରାଯାଉଛି। ଏହାପରେ ତାଙ୍କ ବୟାନ ରେକର୍ଡ କରାଯିବ। ୨୦୦୪ରୁ ୨୦୧୧ ଯାଏ ପ୍ରଫୁଲ୍ଲ ପଟେଲ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ଏହି ବିମାନ ଚଳାଚଳ ସ୍କାମର ମୁଖ୍ୟ ଅଭିଯୁକ୍ତ ଦୀପକ ତଲୱାରଙ୍କ ବୟାନ ଆଧାରରେ ଇଡି ପ୍ରଫୁଲ୍ଲଙ୍କୁ ଜେରା କରୁଛି। ଦୀପକ ଏହି ଦୁର୍ନୀତିର ମଧ୍ୟସ୍ଥି ଥିବା ଇଡି କହିଛି।

Related story