ପ୍ରମୋଦ ସାୱନ୍ତ ହେଲେ ଗୋଆ ମୁଖ୍ୟମନ୍ତ୍ରୀ, ରାତିଅଧିଆ ନେଲେ ଶପଥ

ପାଣାଜୀ: ବିଜେପିର ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହାପୂର୍ବରୁ ସାୱନ୍ତ ଗୋଆ ବାଚସ୍ପତି ଦାୟିତ୍ୱ ତୁଲାଉଥିଲେ। ତାଙ୍କ ଶପଥ ଗ୍ରହଣ ରାତି ୧୧ରେ ଆରମ୍ଭ ହେବାର ଥିଲେ ମଧ୍ୟ ଏହା ୧.୫୦ ବେଳକୁ ଆରମ୍ଭ ହୋଇଥିଲା। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ଏହି ଶପଥପାଠ କରାଇଥିଲେ। Goa: 11 leaders, including Sudin Dhavalikar of Maharashtrawadi Gomantak Party and Vijai Sardesai of Goa Forward Party, also […]

goa-cm

Subrat Kumar Nayak
  • Published: Tuesday, 19 March 2019
  • , Updated: 19 March 2019, 10:20 AM IST

ପାଣାଜୀ: ବିଜେପିର ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହାପୂର୍ବରୁ ସାୱନ୍ତ ଗୋଆ ବାଚସ୍ପତି ଦାୟିତ୍ୱ ତୁଲାଉଥିଲେ। ତାଙ୍କ ଶପଥ ଗ୍ରହଣ ରାତି ୧୧ରେ ଆରମ୍ଭ ହେବାର ଥିଲେ ମଧ୍ୟ ଏହା ୧.୫୦ ବେଳକୁ ଆରମ୍ଭ ହୋଇଥିଲା। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ଏହି ଶପଥପାଠ କରାଇଥିଲେ।
https://twitter.com/ANI/status/1107743626845716480

ଗତ ରବିବାର ମନୋହର ପାରିକରଙ୍କ ମୃତ୍ୟୁ ପରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏଥି ସହିତ ଏକ ପ୍ରକାର ଶେଷ ହୋଇଛି। ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ଶ୍ରୀ ପାରିକର ଦୀର୍ଘଦିନ ଧରି ଯନ୍ତ୍ରଣା ଭୋଗିବା ପରେ ଗତ ରବିବାର ୬୩ ବର୍ଷ ବୟସରେ ପରଲୋକ ଗମନ କରିଥିଲେ।

କ୍ଷମତା ଆବଣ୍ଟନ ନେଇ ହୋଇଥିବା ବୁଝାମଣା ଅନୁଯାୟୀ ମେଣ୍ଟରେ ଥିବା ପ୍ରତ୍ୟେକ ଦଳର ଜଣେ ଜଣେ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନେବାକୁ ସ୍ଥିର ହୋଇଛି। ଗୋଆ ଫରୱାର୍ଡ ପାର୍ଟିର ଭିଜୟ ସରଦେଶାଇ ଏବଂ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଦିନ୍‌ ଧୱାଲିକର ଏହି ପଦବୀରେ ରହିବେ। ଏହି ଅବସରରେ ପାରିକରଙ୍କ ସରକାରରେ ଥିବା ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ।

ଏହାପୂର୍ବରୁ ନୀତୀନ ଗଡ଼କରୀ ସ୍ପଷ୍ଟ କରିଥିଲେ ବିଜେପିରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ। ସେ ୬ଟା ସମୟରେ ପାଣାଜୀରୁ ଦିଲ୍ଲୀ ଚାଲିଯିବାର ଥିବାରୁ ଏହା ପୂର୍ବରୁ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

ପାରକିରଙ୍କ ମୃତ୍ୟୁ ପରେ ଗତ ୧୭ ତାରିଖରୁ ଗୋଆ ରାଜନୀତିରେ ଏହି ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଥିଲା। କାରଣ ଗତ ଫେବୃଆରୀରେ ଉପମୁଖ୍ୟମନ୍ତ୍ରୀ ଫ୍ରାନ୍‌ସିସ୍‌ ଡି’ସୌଜାଙ୍କ ମୃତ୍ୟୁ ପରେ ଏହି ମେଣ୍ଟର ସଂଖ୍ୟା ଗରିଷ୍ଠତା କମ୍‌ ହୋଇଥିଲା। ଏହାର ସୁବିଧା ନେଇ କଂଗ୍ରେସ ସରକାର ଗଠନ ପାଇଁ ଦାବି କରିଆସୁଥିଲା।

Related story