ଏବେ କେମିତି ଅଛନ୍ତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ତାଙ୍କୁ ଭେଣ୍ଟିଲେଟରରେ ରଖି ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଛି। ଗତ ସୋମବାର ଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲକୁ ବ୍ରେନ ସର୍ଜରୀ କରିବାକୁ ପ୍ରଣବ ଦା’ ଯାଇଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହା […]

dc

Hemant Lenka
  • Published: Monday, 17 August 2020
  • , Updated: 17 August 2020, 02:27 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ତାଙ୍କୁ ଭେଣ୍ଟିଲେଟରରେ ରଖି ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଛି।

ଗତ ସୋମବାର ଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲକୁ ବ୍ରେନ ସର୍ଜରୀ କରିବାକୁ ପ୍ରଣବ ଦା’ ଯାଇଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ଏହା ସତ୍ତ୍ୱେ ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କ ବ୍ରେନ ସର୍ଜରୀ କରାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରରେ ରହିଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ପ୍ରଣବ ଦା’ ଭେଣ୍ଟିଲେଟରରେ ଥିଲେ ମଧ୍ୟ ତାଙ୍କର ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ପ୍ରତ୍ୟେଙ୍ଗ ସ୍ଥିର ରହିଛି। ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

Related story