ସତ ମିଛ ଭିତରେ ଆରଜେଡି-ଜେଡିୟୁ ମେଣ୍ଟ ପ୍ରସଙ୍ଗ, ଜବାବ ଦେଲେ ପ୍ରଶାନ୍ତ କିଶୋର

ପାଟନା: ଜେଡିୟୁ ଆରଜେଡ଼ି ସହିତ ମିଶିବାକୁ ଚେଷ୍ଟା କରୁଥିବା ନେଇ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ପ୍ରତିକ୍ରିୟା ରଖିବା ପରେ ଟ୍ବିଟ୍ କରି ସମାଲୋଚନା କରିଛନ୍ତି ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର। ସେ କହିଛନ୍ତି କିଏ କାହାକୁ ଅଫର ଦେଇଥିଲା ତାହା ସାମ୍ନା ସାମ୍ନି ହେଲେ ଜଣାପଡ଼ିବ। Those convicted or facing charges of abuse of public office and misappropriation of funds are claiming to be the custodians […]

rabri-devi-1555074568

Subhransu Sekhar
  • Published: Saturday, 13 April 2019
  • , Updated: 13 April 2019, 11:27 AM IST
ପାଟନା: ଜେଡିୟୁ ଆରଜେଡ଼ି ସହିତ ମିଶିବାକୁ ଚେଷ୍ଟା କରୁଥିବା ନେଇ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ପ୍ରତିକ୍ରିୟା ରଖିବା ପରେ ଟ୍ବିଟ୍ କରି ସମାଲୋଚନା କରିଛନ୍ତି ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର। ସେ କହିଛନ୍ତି କିଏ କାହାକୁ ଅଫର ଦେଇଥିଲା ତାହା ସାମ୍ନା ସାମ୍ନି ହେଲେ ଜଣାପଡ଼ିବ।

ସେପଟେ ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ମଧ୍ଯ ଏହି ପ୍ରସଙ୍ଗରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାନ୍ତ ନୁହେଁ ବରଂ ନୀତୀଶ କୁମାର ପ୍ରତିକ୍ରିୟା ରଖିବା ଦରକାର ବୋଲି ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ କହିଥିଲେ ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋର ଜେଲରେ ଲାଲୁଙ୍କୁ ଭେଟିବା ସହିତ ଉଭୟ ଦଳର ମିଶ୍ରଣ ପାଇଁ ପ୍ରସ୍ତାବ ରଖିଥିଲେ। ଉଭୟ ଦଳ ମିଶିବା ପରେ ସେମାନେ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରିପାରିବେ। ରାବ୍ରୀ ଆହୁରି ମଧ୍ୟ କହିଥିଲେ ଯଦି କିଶୋର ଏହି ବୈଠକ ଏବଂ ପ୍ରସ୍ତାବକୁ ଅସ୍ୱୀକାର କରନ୍ତି, ତେବେ ସ୍ପଷ୍ଟ ହୋଇଯିବ ସେ ଏକ ବୃହତ୍ ମିଛୁଆ।

ଯାହାର କଡ଼ା ଜବାବ ଟ୍ବିଟ୍ କରି ଆଜି ରଖିଛନ୍ତି ପ୍ରଶାନ୍ତ କିଶୋର। ଦୁର୍ନୀତିରେ ସଜା କାଟୁଥିବା ନେତା ଜେଲରେ ରହି କେତେ ସତ କହୁଛନ୍ତି ସମସ୍ତଙ୍କୁ ଜଣା। ଲାଲୁ ଯାଦବ ଥରେ ମିଡ଼ିଆ ସାମ୍ନାରେ ଆଲୋଚନା କଲେ ଜଣାପଡ଼ିବ କିଏ କାହାକୁ କ’ଣ ଅଫର ଦେଇଥିଲା।

ତେବେ ଏହା ପୂର୍ବରୁ ଲାଲୁ ତାଙ୍କ ଆତ୍ମଜୀବନୀ ଉପରେ ଲେଖାଯାଉଥିବା ବହି ‘ଗୋପାଳଗଞ୍ଜ ଟୁ ରାଇସିନା’ରେ ମଧ୍ୟ ଜେଡିୟୁ ଆରେଜଡି ସହ ମିଶି ମହାମେଣ୍ଟରେ ସାମିଲ ହେବାକୁ ଚେଷ୍ଟା କରିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ସେତେବେଳେ ମଧ୍ୟ ପ୍ରଶାନ୍ତ କିଶୋର ପ୍ରତିକ୍ରିୟା ରଖିଥିଲେ। ଜେଡିୟୁରେ ଯୋଗ ଦେବା ପୂର୍ବରୁ ସେ ଲାଲୁଙ୍କୁ ଭେଟିବାକୁ ଯାଇଥିଲେ କୌଣସି ଯୋଗସୂତ୍ର ପାଇଁ ନୁହେଁ ବୋଲି ସ୍ପଷ୍ଟୀକରଣ ରଖିଥିଲେ ପ୍ରଶାନ୍ତ କିଶୋର।

Related story