ପ୍ରଶାନ୍ତ କିଶୋରଙ୍କ ନାମରେ କଣ୍ଟେଣ୍ଟ ଚୋରି ଅଭିଯୋଗ

ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ତଥା ଜନତା ଦଳ ୟୁନାଇଟେଡରୁ ବହିଷ୍କୃତ ନେତା ପ୍ରଶାନ୍ତ କିଶୋଙ୍କ ନାମରେ କଣ୍ଟେଣ୍ଟ ଚୋରି ଅଭିଯୋଗ। ପାଟନାର ସିଭିଲ କୋର୍ଟରେ ଏ ନେଇ ଶାଶ୍ୱତ ଗୌତମ ନାମକ ବ୍ୟକ୍ତି ମାମଲା ଦାୟର କରିଛନ୍ତି। କ୍ଷତିଭରଣ ପାଇଁ ୧୦ କୋଟି ଟଙ୍କା ଦାବି କରିଛନ୍ତି ରାଶ୍ୱତ ଗୌତମ। ତେବେ ଏହି ମାମଲାର ଶୁଣାଣି ତାରିଖ ସ୍ଥିର ହୋଇନଥିବା ସୂଚନା ରହିଛି। ନିକଟରେ ପ୍ରଶାନ୍ତ କିଶୋର ‘ବିହାର କି ବାତ୍’ ନାମକ ଏକ ଶୀର୍ଷକ ରଖି […]

prashant

Subhransu Sekhar
  • Published: Friday, 28 February 2020
  • , Updated: 28 February 2020, 04:57 PM IST

ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ତଥା ଜନତା ଦଳ ୟୁନାଇଟେଡରୁ ବହିଷ୍କୃତ ନେତା ପ୍ରଶାନ୍ତ କିଶୋଙ୍କ ନାମରେ କଣ୍ଟେଣ୍ଟ ଚୋରି ଅଭିଯୋଗ। ପାଟନାର ସିଭିଲ କୋର୍ଟରେ ଏ ନେଇ ଶାଶ୍ୱତ ଗୌତମ ନାମକ ବ୍ୟକ୍ତି ମାମଲା ଦାୟର କରିଛନ୍ତି। କ୍ଷତିଭରଣ ପାଇଁ ୧୦ କୋଟି ଟଙ୍କା ଦାବି କରିଛନ୍ତି ରାଶ୍ୱତ ଗୌତମ। ତେବେ ଏହି ମାମଲାର ଶୁଣାଣି ତାରିଖ ସ୍ଥିର ହୋଇନଥିବା ସୂଚନା ରହିଛି।

ନିକଟରେ ପ୍ରଶାନ୍ତ କିଶୋର ‘ବିହାର କି ବାତ୍’ ନାମକ ଏକ ଶୀର୍ଷକ ରଖି ବିହାର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ‘ବିହାର କି ବାତ୍’ ନାମରେ ଏକ ନିର୍ବାଚନୀ ପ୍ରୋଜେକ୍ଟ ପାଟିଳପୁତ୍ର ଥାନା ଅଧିନରେ ଥିବା ମୋତିହାରୀ ନିବାସୀ ଶାଶ୍ୱତ ଗୌତମ ପ୍ରଥମେ ଆରମ୍ଭ କରିଛନ୍ତି ବୋଲି ଦାବି କରିଛନ୍ତି। ନିକଟରେ ଏହି ପ୍ରୋଜେକ୍ଟର ଶୁଭାରମ୍ଭ ହେବ ବୋଲି ଆଲୋଚନା ଚାଲିଥିଲା। ଏହି ପ୍ରୋଜେକ୍ଟ ଆରମ୍ଭ ବେଳେ ଶାଶ୍ୱତଙ୍କୁ ଓସାମା ନାମକ ଯୁବକ ସହଯୋଗ କରୁଥିଲେ। ସେହି ଯୁବକ ଜଣଙ୍କ ଏବେ ଇସ୍ତଫା ଦେଇ ତାଙ୍କ ପ୍ରୋଜେକ୍ଟର ସମସ୍ତ କଣ୍ଟେଟ ପ୍ରଶାନ୍ତଙ୍କୁ ଦେଇଛନ୍ତି ବୋଲି ଶାଶ୍ୱତ ଦାବି କରିଛନ୍ତି। ଏ ନେଇ ପାଟିଳପୁତ୍ର ଥାନାରେ ଏତଲା ଦେଇଛନ୍ତି। ପୂର୍ବରୁ ନିର୍ବାଚନ ବେଳେ କଂଗ୍ରେସ ପାଇଁ ଶାଶ୍ୱତ କାମ କରୁଥିଲେ ବୋଲି ଜଣାପଡ଼ିଛି।

ଚଳିତ ମାସ ନୀତୀଶ କୁମାର ଜେଡିୟୁରୁ ପ୍ରଶାନ୍ତ କିଶୋରଙ୍କୁ ବହିଷ୍କୃତ କରିଥିଲେ। ଏହାପରେ ବିଧାନସଭା ନିର୍ବାଚନକୁ ଆଖିରେ ରଖି ନୀତୀଶ ବିରୋଧୀ ନେତାଙ୍କୁ ଭେଟି ପ୍ରଶାନ୍ତ ନୂଆ ରାଜନୀତିକ ସମୀକରଣ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କ ସହ ଯୋଡ଼ି ହେବା ପାଇଁ ବିହାର କି ବାତ୍ ନାମରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

Related story