ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ଆଗାମୀ ବିଧାନସଭା ନିର୍ବାଚନରେ ପଲିଟିକାଲ ଷ୍ଟ୍ରାଟେଜିସ୍ଟ ତଥା ବିହାର ଜନତା ଦଳ ୟୁନାଇଟେଡର ଉପସଭାପତି ପ୍ରଶାନ୍ତ କିଶୋର ସହଯୋଗ କରିବାକୁ ଯାଉଛନ୍ତି। ଜେଡିୟୁ ଏନଡିଏରେ ସାମିଲ ଥିବା ବେଳେ ଏନଡିଏର ପ୍ରମୁଖ ବିରୋଧୀ ଟିଏମସିକୁ ପ୍ରଶାନ୍ତ କିଶୋର ସହଯୋଗ କରିବା ଆଗାମୀ ଦିନରେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି କରିପାରେ। ଆଜି ଏକଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର।
ଉଭୟ ଦଳ ରାଜ୍ୟ ଓ କେନ୍ଦ୍ରରେ ପରସ୍ପର ସହ ମେଣ୍ଟରେ ରହିଛନ୍ତି। ଏଭଳି ସ୍ଥିତିରେ ବିଜେପିର ଘୋର ବିରୋଧୀ ହୋଇପଡ଼ିଥିବା ମମତାଙ୍କୁ ପ୍ରଶାନ୍ତ କିଶୋର ସହଯୋଗ କରିବାକୁ ନେଇ ବିଜେପି ଆପତ୍ତି ଉଠାଇଛି କି ବୋଲି ନୀତୀଶ କୁମାରଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ନୀତୀଶ କହିଛନ୍ତି ଆସନ୍ତାକାଲି ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ଏହି ବୈଠକରେ ପ୍ରଶାନ୍ତ କିଶୋର ଏ ବାବଦରେ ମତ ରଖିବେ। ପ୍ରଶାନ୍ତ ଜେଡିୟୁର ଉପସଭାପତି ରହିବା ସହିତ ନିଜର ଏକ କନ୍ସଲଟାନସି ସଂସ୍ଥା ଚଳାଉଛନ୍ତି। ଏନେଇ ଦଳର ଆପତ୍ତି ନାହିଁ ବୋଲି ନୀତୀଶ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।