ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ୍ ରାଷ୍ଟ୍ରପତିଙ୍କ ଆହ୍ୱାନ

ବେଜିଂ: କରୋନା ତଦନ୍ତ ସହିତ ହଂକଂ ଓ ତାଇଓ୍ୱାନ ପ୍ରସଙ୍ଗରେ ବେଜିଂ ସରକାର ଏବେ ଅନେକ ଦେଶର ଟାର୍ଗେଟରେ ରହିଛନ୍ତି। ତେଣେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚୀନ୍ ବିରୋଧରେ ରଣ ହୁଙ୍କାର ଦେଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରାଥମିକ ଭାବରେ ଚୀନର ୩୩ଟି କମ୍ପାନୀକୁ ଆମେରିକା କଳାତାଲିକାଭୁକ୍ତ କରିସାରିଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ନିଜ ଦେଶର ସେନା ସହିତ ଆଲୋଚନା କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛନ୍ତି। […]

CHAINA PRESIDENT

Subhransu Sekhar
  • Published: Wednesday, 27 May 2020
  • , Updated: 27 May 2020, 08:00 AM IST

ବେଜିଂ: କରୋନା ତଦନ୍ତ ସହିତ ହଂକଂ ଓ ତାଇଓ୍ୱାନ ପ୍ରସଙ୍ଗରେ ବେଜିଂ ସରକାର ଏବେ ଅନେକ ଦେଶର ଟାର୍ଗେଟରେ ରହିଛନ୍ତି। ତେଣେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚୀନ୍ ବିରୋଧରେ ରଣ ହୁଙ୍କାର ଦେଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରାଥମିକ ଭାବରେ ଚୀନର ୩୩ଟି କମ୍ପାନୀକୁ ଆମେରିକା କଳାତାଲିକାଭୁକ୍ତ କରିସାରିଛି।

ଏହାକୁ ଦୃଷ୍ଟିରେ ରଖି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ନିଜ ଦେଶର ସେନା ସହିତ ଆଲୋଚନା କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିବାକୁ ଚୀନ୍ ରାଷ୍ଟ୍ରପତି ସେନାକୁ କହିଥିବା ସୂଚନା ମିଳିଛି। ଯୁଦ୍ଧ ବେଳେ ସବୁଠୁ ଖରାପ ସ୍ଥିତିକୁ ଆକଳନ କରି କେମିତି ଆଗକୁ ବଢ଼ିବାକୁ ହେବ, ସେ ନେଇ ଚିନ୍ତା କରିବାକୁ ଜିନ୍ ପିଙ୍ଗ୍ କହିଛନ୍ତି।

ଚୀନର ସଂସଦ ନ୍ୟାସ୍‌ନାଲ୍‌ ପିପୁଲ୍‌ସ କଂଗ୍ରେସ (ଏନପିସି)ର ବାର୍ଷିକ ବୈଠକ ଅବସରରେ ସେଣ୍ଟ୍ରାଲ୍ ମିଲିଟାରୀ କମିଶନ (ସିଏମସି) ସହିତ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏହି ବୈଠକ କରିଥିଲେ। ପିପୁଲ୍‌ସ ଆର୍ମଡ ପୁଲିସ ଫୋର୍ସ (ପିଏପିଏଫ)ର ପ୍ରତିନିଧିମଣ୍ଡଳୀ ଏବଂ ପିପୁଲ୍‌ଦ ଲିବରେସନ ଆର୍ମି (ପିଏଲଏ)ର ପ୍ରତିନିଧି ମଣ୍ଡଳୀ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ବୈଠକରେ ଚୀନ ରାଷ୍ଟ୍ରପତି ଉଦ୍‌ବୋଧନ ଦେବା ବେଳେ ଆମେରିକା ଓ ତାଇଓ୍ୱାନ ସହିତ ବଢ଼ୁଥିବା ତିକ୍ତତା ବାବଦରେ ମଧ୍ୟ କହିଥିବା ସୂଚନା ମିଳିଛି। ଏହାସହିତ ତାଇଓ୍ୱାନର କୂଟନୀତିଜ୍ଞ ଏବଂ ସରକାର ସହିତ ଆଲୋଚନା କରିବାକୁ ତାଙ୍କ ଦେଶର କୂଟନୀତିଜ୍ଞଙ୍କୁ କହିଥିବା ସୂଚନା ରହିଛି। ଆବଶ୍ୟକ ପଡ଼ିଲେ ତାଇଓ୍ୱାନ ବିରୋଧରେ ବଳ ପ୍ରୟୋଗ କରାଯିବ ବୋଲି ସେ କହିଥିବା ଜଣାପଡ଼ିଛି। ସେହିପରି ହଂକଂକୁ ନେଇ ଜୀନ୍ ପିଙ୍ଗ କହିଛନ୍ତି, ଗଣତନ୍ତ ପାଇଁ ଦାବି କରୁଥିବା ଆନ୍ଦୋଳନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

Related story