ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିଛନ୍ତି। ଦେଶର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଅଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜାୟେର ବୋଲସୋନାରୋ। ରାଷ୍ଟ୍ରପତି ଭୁବନରୁ ଉଭୟ ଦେଶର ରାଷ୍ଟ୍ରପତି ଆସି ରାଜପଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସଲାମି ମଞ୍ଚ ପାଖରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମି ଦିଆଯାଇଥିଲା।
Delhi: President of India Ram Nath Kovind unfurls the national flag on 71st Republic Day, at Rajpath pic.twitter.com/a5wvHXnPTd
— ANI (@ANI) January 26, 2020
ସାଧାରଣ ତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡ ଅନୁଷ୍ଠିତ ହୋଇଛି। ଭାରତୀୟ ସେନା ପକ୍ଷରୁ ହେଲିକପ୍ଟରରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଏହାବାଦ୍ ବିଭିନ୍ନ ପ୍ରକାର ରେଜିମେଣ୍ଚୋ ପରେଡ୍ ସେନା ପକ୍ଷରୁ ଦେଖିବାକୁ ମିଳିଛି।
Delhi: Former PM Dr Manmohan Singh, his wife Gursharan Kaur, Chief Justice of India SA Bobde, Lok Sabha Speaker Om Birla and others at Rajpath for #RepublicDay celebrations. pic.twitter.com/wzizA7H1Ro
— ANI (@ANI) January 26, 2020
ଉପଗ୍ରହ ଭେଦ କରିପାରୁଥିବା ଅସ୍ତ୍ର ‘ଶକ୍ତି’, ସ୍ଥଳସେନାର ଯୁଦ୍ଧ ଟ୍ୟାଙ୍କ ଭୀଷ୍ମ, ଇନଫେଣ୍ଟ୍ରି ଯଦ୍ଧ ବାହନ ଏବଂ ନିକଟରେ ବାୟୁସେନାରେ ସାମିଲ୍ ହୋଇଥିବା ଚିନୁକ୍ ଏବଂ ଆପାଚି ଯୁଦ୍ଧ ହେଲିକପ୍ଚର ଏହି ଭବ୍ୟ ସମାରୋହରେ ସାମିଲ୍ ହୋଇଛି।
Delhi: Union Minister for Law and Justice Ravi Shankar Prasad & Union Minister of State for Finance and Corporate Affairs, Anurag Thakur at Rajpath. #RepublicDay pic.twitter.com/o5btRkJXbp
— ANI (@ANI) January 26, 2020
Delhi: The Indian Navy showcases its assets like Boeing P8I Long Range Maritime Patrol aircraft and the Kolkata Class Destroyer and the Kalvari Class submarine. The indigenous aircraft carrier Vikrant under construction at the Cochin Shipyard. pic.twitter.com/SCO8NRFKuD
— ANI (@ANI) January 26, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।