ରାଇସିନା ହିଲର ଖର୍ଚ୍ଚ କାଟ୍, ୩୦% କମ୍ ଦରମା ନେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢ଼େଇ କରିବାକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଦରମା ୩୦ ପ୍ରତିଶତ କମ୍ ନେବେ ବୋଲି ଘୋଷଣା କରିବା ସହିତ ଖର୍ଚ୍ଚକାଟ୍ କରିଛନ୍ତି। ଏମିତିକି ତାଙ୍କ ଦ୍ୱାରା ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଲୋକ ସଂଖ୍ୟା କମାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ରାଇସିନା ହିଲ୍ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଖର୍ଚ୍ଚ କମ୍ କରିବା ସହିତ ସାମାଜିକ ଦୂରତା ପାଳନ କରିବା ପାଇଁ ରାଷ୍ଟ୍ରପତି ଦେଶ ଭିତରେ […]

RAMNATH KOVIND

Subhransu Sekhar
  • Published: Thursday, 14 May 2020
  • , Updated: 15 May 2020, 06:41 AM IST

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢ଼େଇ କରିବାକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଦରମା ୩୦ ପ୍ରତିଶତ କମ୍ ନେବେ ବୋଲି ଘୋଷଣା କରିବା ସହିତ ଖର୍ଚ୍ଚକାଟ୍ କରିଛନ୍ତି। ଏମିତିକି ତାଙ୍କ ଦ୍ୱାରା ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଲୋକ ସଂଖ୍ୟା କମାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଗୁରୁବାର ରାଇସିନା ହିଲ୍ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଖର୍ଚ୍ଚ କମ୍ କରିବା ସହିତ ସାମାଜିକ ଦୂରତା ପାଳନ କରିବା ପାଇଁ ରାଷ୍ଟ୍ରପତି ଦେଶ ଭିତରେ ଅନେକ ଯାତ୍ରା ଏବଂ ଅନ୍ୟାନ୍ୟ ଗସ୍ତକୁ ବାତିଲ୍ କରିଛନ୍ତି। ଏମିତିକି ରାଇସିନା ହିଲରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅତିଥିଙ୍କ ସଂଖ୍ୟା କମ୍ କରାଯିବ। ଏମିତିକି ଆୟୋଜନ ବେଳେ ଖାଦ୍ୟ ସାମଗ୍ରୀ, ଫୁଲ, ଫଳ ଏବଂ ସାଜସଜାକୁ ପୂର୍ବ ଅପେକ୍ଷା କମ୍ କରାଯିବ।

ଏହାବାଦ୍ ରାଷ୍ଟ୍ରପତିଙ୍କ ପାଇଁ ଆସିବାକୁ ଥିବା ଲିମୋଜିନ୍ କାର କିଣିବା ପ୍ରକ୍ରିୟାକୁ ବାତିଲ୍ କରି ଦେଇଛନ୍ତି ରାଷ୍ଟ୍ରପତି। ଏହି କାରର ଆନୁମାନିକ ଦାମ୍ ୧୦ କୋଟି ରହିଛି। ଆତ୍ମନିର୍ଭର ଭାରତ ଅଭିଯାନରେ ଆର୍ଥିକ ସହଯୋଗ ପାଇଁ ଏହି ଖର୍ଚ୍ଚକାଟ ଏକ ଛୋଟ ପ୍ରୟାସ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ଏବେ ସେ ୩୦ ପ୍ରତିଶତ କମ୍ ଦରମା ନେବେ ବୋଲି ରାଇସିନା ହିଲର ବିଜ୍ଞପ୍ତି ଅନୁସାରେ ଜଣାପଡ଼ିଛି। ଏହାଦ୍ୱାରା ବାର୍ଷିକି ୨୦ ପ୍ରତିଶତ ଖର୍ଚ୍ଚକାଟ୍ ହେବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଭବନ ପାଇଁ ବାର୍ଷିକ ବଜେଟ୍ ୨୦୦ କୋଟିରୁ ଅଧିକ ରହିଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଦରମା ମାସିକ ୫ ଲକ୍ଷ ଟଙ୍କା ରହିଛି।

Related story