ଭାରତ ଆସିବେ ରୁଷ ରାଷ୍ଟ୍ରପତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ଓ ଚାଇନା ସହ ଚାଲିଥିବା ତିକ୍ତତା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବେ। ଆସନ୍ତା ଅକ୍ଟୋବର ମାସରେ ପୁଟିନ ଭାରତ ଆସିବା ସହ ବିଭିନ୍ନ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୁଟିନଙ୍କ ଗସ୍ତ ସମୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିସହ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ। ନିକଟରେ […]

ua

Hemant Lenka
  • Published: Friday, 07 August 2020
  • , Updated: 07 August 2020, 03:59 PM IST

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ଓ ଚାଇନା ସହ ଚାଲିଥିବା ତିକ୍ତତା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବେ। ଆସନ୍ତା ଅକ୍ଟୋବର ମାସରେ ପୁଟିନ ଭାରତ ଆସିବା ସହ ବିଭିନ୍ନ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୁଟିନଙ୍କ ଗସ୍ତ ସମୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିସହ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ। ନିକଟରେ ଦୁଇ ଦେଶ ମଧ୍ୟରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ରୁଷ ରାଷ୍ଟ୍ରପତି ପୁଟିନ ଅକ୍ଟୋବରରେ ଭାରତ ଆସିଲେ ଏସସିଓ ଓ ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ବ୍ୟତୀତ ଏନଏସଏ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ବୈଠକ ବସିବ। ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ପୁଟିନଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Related story