ମାସୁଦ୍‌ ବିରୋଧରେ ଅଣ୍ଟା ଭିଡ଼ିଲେ ୟୁଏସ୍‌, ୟୁକେ ଏବଂ ଫ୍ରାନ୍ସ

ଜାତିସଂଘ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଇଆସିଥିବା ନେଇ ବାରମ୍ବାର ସ୍ୱୀକାର କରିଆସୁଥିବାବେଳେ ଏବେ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା ପାଇଁ ଆମେରିକା,ବ୍ରିଟେନ୍‌ ଏବଂ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ପୁଣି ଫେରାଦ ହୋଇଛନ୍ତି। ପ୍ରଥମେ ପୁଲ୍‌ୱାମା ଆତଙ୍କୀ ହମ୍‌ଲା ଏବଂ ପାକିସ୍ତାନର ବାଲାକୋଟ୍‌ଠାରେ ଏହାର ବଦ୍‌ଲା ପରେ ବର୍ତ୍ତମାନ ଆତଙ୍କବାଦକୁ ନେଇ ଦୁଇ ପଡ଼ୋଶୀ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିକୁ ଆସିଥିବା ସମୟରେ ହିଁ ଏଭଳି […]

masood

Subrat Kumar Nayak
  • Published: Thursday, 28 February 2019
  • , Updated: 28 February 2019, 11:29 AM IST

ଜାତିସଂଘ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଇଆସିଥିବା ନେଇ ବାରମ୍ବାର ସ୍ୱୀକାର କରିଆସୁଥିବାବେଳେ ଏବେ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା ପାଇଁ ଆମେରିକା,ବ୍ରିଟେନ୍‌ ଏବଂ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ପୁଣି ଫେରାଦ ହୋଇଛନ୍ତି।

ପ୍ରଥମେ ପୁଲ୍‌ୱାମା ଆତଙ୍କୀ ହମ୍‌ଲା ଏବଂ ପାକିସ୍ତାନର ବାଲାକୋଟ୍‌ଠାରେ ଏହାର ବଦ୍‌ଲା ପରେ ବର୍ତ୍ତମାନ ଆତଙ୍କବାଦକୁ ନେଇ ଦୁଇ ପଡ଼ୋଶୀ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିକୁ ଆସିଥିବା ସମୟରେ ହିଁ ଏଭଳି ପ୍ରସ୍ତାବ ଆସିଛି।

ଯଦି ଏହି ପ୍ରସ୍ତାବ ପାରିତ ହୁଏ, ପାକିସ୍ତାନଭିତ୍ତିକ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ବା ଏହାର ମୁଖ୍ୟ ମାସୁଦ ଆଝାର ‘ଜାତିସଂଘ ତାଲିକାଭୁକ୍ତ ଗ୍ଲୋବାଲ ଟେରରିଷ୍ଟ’ର ଆଖ୍ୟା ପାଇବେ। ଯାହାଫଳରେ ଗ୍ଲୋବାଲ ଟ୍ରାଭେଲ ଉପରେ କଟକଣା ଲାଗିବା ସହିତ, ସମ୍ପତ୍ତି ବାଜ୍ୟାପ୍ତି କରାଯିବ ଏବଂ ଅସ୍ତ୍ର କାରବାର ଉପରେ କଟକଣା ମଧ୍ୟ ଲାଗିଯିବ।

ବୁଧବାର ଆସିଥିବା ଏହି ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଭିଟୋ ଥିବା ୩ ରାଷ୍ଟ୍ର ଦ୍ୱାରା ଆଗତ ହୋଇଥିବାବେଳେ ରୁଷ୍‌ ପୂର୍ବ ସମସ୍ତ ଥର ଭଳି ଭାରତ ସମର୍ଥନରେ ହିଁ ବାହାରିବ। କିନ୍ତୁ ସମସ୍ତଙ୍କ ଆଖି ବର୍ତ୍ତମାନ ଚୀନ୍‌ ଉପରେ ରହିଛି ଯାହାକି ପୂର୍ବରୁ ମଧ୍ୟ ଏଭଳି ପ୍ରସ୍ତାବ ବିରୋଧରେ ଭିଟୋ ଲଗାଇଆସିଛି।

୩ ସଦସ୍ୟ ରାଷ୍ଟ୍ରଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବକୁ ଆସନ୍ତା ୧୦ଟି କାର୍ଯ୍ୟଦିବସରେ ବିଚାର କରାଯିବ।

Related story