ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ବାଧ୍ୟ ହେବ: ଜେନେରାଲ ରାୱତ୍‌

ନୂଆଦିଲ୍ଲୀ: ଏଫ୍ଏଟିଏଫ୍ ପାକିସ୍ତାନକୁ ଚେତାବନୀ ଦେବା ପରେ ଏହି ରାଷ୍ଟ୍ର ଚାପରେ ଅଛି ଏବଂ ଏବେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଭାରତୀର ସେନାଧ୍ୟକ୍ଷ ବିପିନ୍‌ ରାୱତ। ଏଫ୍ଏଟିଏଫ୍ ଏହି ରାଷ୍ଟ୍ରକୁ ଚେତାବନୀ ଦେଇଛି କାର୍ଯ୍ୟାନୁଷ୍ଠାନ ନନେଲେ ଏହାକୁ କଳା ତାଲିକାଭୁକ୍ତ କରାଯିବ। ଜେନେରାଲ ରାୱତ କହିଛନ୍ତି, “ସେମାନଙ୍କ ଉପରେ ଚାପ ଅଛି। ସେମାନେ ପଦକ୍ଷେପ ନେବେ। ଆମେ ଚାହିଁବୁ ଶାନ୍ତି ସ୍ଥାପନ ଦିଗରେ ସେମାନେ କାମ କରନ୍ତୁ। ଗ୍ର ଲିଷ୍ଟରେ ରହିବା ଯେକୌଣସି […]

bipin-rawat

Subrat Kumar Nayak
  • Published: Saturday, 19 October 2019
  • , Updated: 19 October 2019, 05:00 PM IST

ନୂଆଦିଲ୍ଲୀ: ଏଫ୍ଏଟିଏଫ୍ ପାକିସ୍ତାନକୁ ଚେତାବନୀ ଦେବା ପରେ ଏହି ରାଷ୍ଟ୍ର ଚାପରେ ଅଛି ଏବଂ ଏବେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଭାରତୀର ସେନାଧ୍ୟକ୍ଷ ବିପିନ୍‌ ରାୱତ। ଏଫ୍ଏଟିଏଫ୍ ଏହି ରାଷ୍ଟ୍ରକୁ ଚେତାବନୀ ଦେଇଛି କାର୍ଯ୍ୟାନୁଷ୍ଠାନ ନନେଲେ ଏହାକୁ କଳା ତାଲିକାଭୁକ୍ତ କରାଯିବ।

ଜେନେରାଲ ରାୱତ କହିଛନ୍ତି, “ସେମାନଙ୍କ ଉପରେ ଚାପ ଅଛି। ସେମାନେ ପଦକ୍ଷେପ ନେବେ। ଆମେ ଚାହିଁବୁ ଶାନ୍ତି ସ୍ଥାପନ ଦିଗରେ ସେମାନେ କାମ କରନ୍ତୁ। ଗ୍ର ଲିଷ୍ଟରେ ରହିବା ଯେକୌଣସି ରାଷ୍ଟ୍ର ପାଇଁ ଝଟ୍‌କା।”

ଏଫ୍ଏଟିଏଫ୍ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ସଂଗଠନଙ୍କୁ ଅର୍ଥ ଯୋଗାବା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପାକିସ୍ତାନ ପାଖରେ ଫେବୃଆରୀ ଯାଏ ସମୟ ଅଛି। ଏହାପରେ ଏହି ଦେଶ ଅନ୍ତର୍ଜାତୀୟ ସ୍ତରରେ କଟକଣାର ସାମ୍ନା କରିବ। ଆକ୍ସନ୍ପ୍ଲାନ୍ର ୨୭ଟି ପଦକ୍ଷେପରୁ ପାକିସ୍ତାନ ୨୨ଟି କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଛି।

Related story