ଲଞ୍ଚ୍‌ ହେଲା ୬ ଜିବି ରାମ୍‌ ବିଶିଷ୍ଟ Xiaomi Mi Max 3

ନୂଆଦିଲ୍ଲୀ: ଶାଓମିର ନୂଆ ଫୋନ୍‌ Xiaomi Mi Max 3 ଚୀନ୍‌ରେ ଲଞ୍ଚ୍‌ ହୋଇଛି। ଏହା ହେଉଛି Mi Max 2 ର ଅପ୍‌ଗ୍ରେଡ୍‌ ଭର୍ସନ୍। Xiaomi Mi Max 3 ରେ 6.9 ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏଥିରେ ୫,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଓ ୨ଟି ରିୟର କ୍ୟାମେରା ରହିଛି। ଏଥିରେ ଥିବା ପ୍ରାଇମେରୀ କ୍ୟାମେରା ୧୨ ମେଗା ପିକ୍ସେଲ୍‌ର ହୋଇଥିବା ବେଳେ ସେକେଣ୍ଡାରୀ କ୍ୟାମେରା ୫ ମେଗା ପିକ୍ସେଲ୍‌ର।  Mi Max […]

xiaomi-mi-max-3

Rakesh Mallick
  • Published: Friday, 20 July 2018
  • , Updated: 20 July 2018, 12:35 PM IST

ନୂଆଦିଲ୍ଲୀ: ଶାଓମିର ନୂଆ ଫୋନ୍‌ Xiaomi Mi Max 3 ଚୀନ୍‌ରେ ଲଞ୍ଚ୍‌ ହୋଇଛି। ଏହା ହେଉଛି Mi Max 2 ର ଅପ୍‌ଗ୍ରେଡ୍‌ ଭର୍ସନ୍। Xiaomi Mi Max 3 ରେ 6.9 ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏଥିରେ ୫,୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଓ ୨ଟି ରିୟର କ୍ୟାମେରା ରହିଛି। ଏଥିରେ ଥିବା ପ୍ରାଇମେରୀ କ୍ୟାମେରା ୧୨ ମେଗା ପିକ୍ସେଲ୍‌ର ହୋଇଥିବା ବେଳେ ସେକେଣ୍ଡାରୀ କ୍ୟାମେରା ୫ ମେଗା ପିକ୍ସେଲ୍‌ର।  Mi Max 3 ଡାର୍କ ବ୍ଲୁ, ଡ୍ରିମ୍‌ ଗୋଲ୍ଡ ଏବଂ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଫୋନ୍‌ରେ ୬ ଜିବି ରାମ୍‌ ରହିଛି। ଭାରତୀୟ ବଜାରରେ ବି ଏହି ଫୋନ୍‌କୁ ଲଞ୍ଚ୍‌ କରାଯିବ।

ଶାଓମିର Mi Max 3ର ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍‌ର ଦାମ୍‌ ଭାରତୀୟ ମୁଦ୍ରାରେ ୧୭,୩୦୦ ଟଙ୍କା ରହିଛି। ସେହିପରି ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍‌ ବିଶିଷ୍ଟ Mi Max 3ର ଦାମ୍ ଭାରତୀୟ ମୁଦ୍ରାରେ ୨୦,୪୦୦ ଟଙ୍କା ହେବ। ଚୀନ୍‌ରେ ଏହାର ଫ୍ରି ବୁକିଂ ଅର୍ଡର ଆରମ୍ଭ ହୋଇସାରିଛି। ଆଜିଠାରୁ ଏହା ବିକ୍ରି ହେବ।

Related story