ଆରମ୍ଭ ହେଲା କୋଚି-ମେଙ୍ଗାଲୁରୁ ଗ୍ୟାସ ପାଇପ୍‌ଲାଇନ୍

ନୂଆଦିଲ୍ଲୀ: କୋଚି-ମେଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପାଇପଲାଇନ କେରଳ ଏବଂ କର୍ଣ୍ଣାଟକର ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ପାଇପଲାଇନ ଏହି ଦୁଇଟି ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସୁପ୍ରଭାବ ପକାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଚ୍ଚାଭିଳାଷୀ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବା ଦେଶର ଗ୍ୟାସ ଆଧାରିତ ଅର୍ଥନୀତି ଯାତ୍ରାରେ ଐତିହାସିକ କ୍ଷଣ। ଆଜିର ଉଦ୍‌ଘାଟନ ଦେଶର […]

modi

modi

Ranjit Kumar Jena
  • Published: Tuesday, 05 January 2021
  • Updated: 05 January 2021, 08:04 PM IST

Sports

Latest News

ନୂଆଦିଲ୍ଲୀ: କୋଚି-ମେଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପାଇପଲାଇନ କେରଳ ଏବଂ କର୍ଣ୍ଣାଟକର ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ପାଇପଲାଇନ ଏହି ଦୁଇଟି ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସୁପ୍ରଭାବ ପକାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଚ୍ଚାଭିଳାଷୀ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବା ଦେଶର ଗ୍ୟାସ ଆଧାରିତ ଅର୍ଥନୀତି ଯାତ୍ରାରେ ଐତିହାସିକ କ୍ଷଣ। ଆଜିର ଉଦ୍‌ଘାଟନ ଦେଶର ସ୍ୱଚ୍ଛ ଊର୍ଜା ଭିତ୍ତିଭୂମିକୁ ମଜଭୁତ୍ କରିବା ଦିଗରେ ପ୍ରଭାବଶାଳୀ ପଦକ୍ଷେପ ବୋଲି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୪୫୦ କିମି ଲମ୍ବ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଗେଲ୍ ଦ୍ୱାରା ନିର୍ମିତ ହୋଇଛି। ଏହା ଦୈନିକ ୧୨ ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର(ଏମଏମଏସସିଏମଡି) ପରବହନ କ୍ଷମତା ରଖୁଛି। କେରଳର କୋଚିରେ ଏଲଏନଜି ରେଜିଫିକେସନ ଟର୍ମିନାଲରୁ ପ୍ରାକୃତିକ ଗ୍ୟାସ ପରିବହନ କରିବ। ଏହା ଏର୍ନାକୁଲମ, ଥ୍ରିସୁର, ପାଲକ୍କଡ, ମାଲପୁରମ, କାଜିକୋଡେ, କନ୍ନୁର୍‌, କାସାରାଗୋଡ୍ ତଥା କର୍ଣ୍ଣାଟକର ମେଙ୍ଗାଲୁରୁକୁ ନିରବର୍ଚ୍ଛିନ ପରିବେଶ ସହଯୋଗୀ ଇନ୍ଧନ ଯୋଗାଇବ। ନିର୍ମାଣ ସମୟ ମଧ୍ୟରେ ଏହି ପ୍ରକଳ୍ପ ୧୨ ଲକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିଛି।

କୋଚି-ମେଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଦେଇ ଯାଉଥିବା ସମଗ୍ର ୧୦ଟି ଜିଲ୍ଲାର ଘର, ବାଣିଜ୍ୟିକ କେନ୍ଦ୍ର ପାଇଁ ପରିବେଶ ସହଯୋଗୀ ଓ ସୁଲଭ ଇନ୍ଧନ ପିଏନଜି ଏବଂ ପରିବହନ କ୍ଷେତ୍ର ପାଇଁ ସିଏନଜି ଯୋଗାଇବା ସଙ୍ଗେସଙ୍ଗେ ପାଇପଲାଇନ୍ ଗ୍ୟାସ ଆଧାରିତ ଶିଳ୍ପକୁ ଗତି ଦେବ। ଏହି ପାଇପଲାଇନ ପେଟ୍ରୋକେମିକାଲ ଓ ସାର କ୍ଷେତ୍ରରେ ଥିବା ଅନେକ ଶିଳ୍ପକୁ ସ୍ୱଚ୍ଛ ଏବଂ ସ୍ଥାୟୀ ଇନ୍ଧନ ପ୍ରଦାନ କରିବ ଓ ଗ୍ୟାସ ଆଧାରିତ ଶିଳ୍ପ ଗୁଡିକୁ ପ୍ରୋତ୍ସାହନ ଦେବ। କର୍ଣ୍ଣାଟକ ଏବଂ କେରଳ ଲୋକଙ୍କୁ ସାମାଜିକ-ଅର୍ଥନୈତିକ ଓ ସ୍ୱାସ୍ଥ୍ୟ ସହ ଜଡିତ ଲାଭ ଦେବ। ଦେଶର ଦକ୍ଷିଣାଞ୍ଚଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ ଏବଂ ନିଯୁକ୍ତି ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ବାଜୁଭାଇ ବାଲା, ଆରିଫ ମହମ୍ମଦ ଖାନ ଓ ଏହି ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପା, ପିନାରାୟୀ ବିଜୟନ ପ୍ରମୁଖ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story