ଦାଦାଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶନିବାର ଦାଦା ତାଙ୍କ କୋଲକାତା ବାସଭବନରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ହୃଦପିଣ୍ଡରେ ତିନୋଟି ବ୍ଲକେଜ ଥିବା ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ସୌରଭଙ୍କ ସହ ସକାଳେ କଥା ହୋଇଥିଲେ ପରେ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏଥିସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Prime Minister Narendra Modi spoke to BCCI President Sourav Ganguly today morning. PM also spoke to Dona Ganguly. He inquired about his health and wished him a speedy recovery. pic.twitter.com/8fvKcYuGYA
— ANI (@ANI) January 3, 2021
ସୌରଭ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ପାଖରେ ସ୍ତ୍ରୀ ଡୋନା ଗାଙ୍ଗୁଲି ରହିଛନ୍ତି। ଏବେ ଦାଦାଙ୍କ ହୋଶ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଗାଙ୍ଗୁଲିଙ୍କ ଝିଅ ସାନା କହିଥିଲେ।
ସୂଚନାନୁସାରେ, ଗାଙ୍ଗୁଲିଙ୍କର ତିନୋଟି ବ୍ଲକେଜରୁ ଗୋଟିଏ ୯୦ ପ୍ରତି ବ୍ଲକେଜ ରହିଛି। ତିନି ଜଣିଆ ଡକ୍ତରୀ ଟିମ୍ ଷ୍ଟେନ୍ ଲଗାଇଛନ୍ତି। ବାକି ଦୁଇଟିରେ ଷ୍ଟେନ୍ ଲଗାଯିବା ନେଇ ସମ୍ଭାବନା ରହିଛି।
ଦାଦଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଶନିବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଧନକର ହସ୍ପିଟାଲ ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।