ପ୍ରଧାନମନ୍ତ୍ରୀ ମୋଦି ଜିତିଲେ

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶର ବାରାଣସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ମୋଦି ତାଙ୍କୁ ୪,୭୯,୫୦୫ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜୟ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ […]

iiop

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 07:51 PM IST

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶର ବାରାଣସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ମୋଦି ତାଙ୍କୁ ୪,୭୯,୫୦୫ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜୟ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ମୋଦି ତାଙ୍କୁ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

Related story