ଲଣ୍ଡନ: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି। କରୋନାରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ। ଏବେ କିନ୍ତୁ ସେ ସୁସ୍ଥ ହୋଇ ଆଇସୋଲେସନରୁ ବାହାରିଛନ୍ତି।
ରୟାଲ ପରିବାରର ମୁଖପାତ୍ର କହିଛନ୍ତି, ୭ ଦିନ ତଳେ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ସ୍କଟଲ୍ୟାଣ୍ଡ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଥିଲେ। ତାଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଶେଷରେ ସେ ଆରୋଗ୍ୟ ଲାଭ କରିଛନ୍ତି।