ଏଣିକି ପାଖରେ ଥିବା ବନ୍ଧୁ ବି ଆପଣଙ୍କ ହ୍ୱାଟ୍‌ସ୍‌ ଆପ୍ ଚାଟ୍‌ ଦେଖି ପାରିବେନି: ଜାଣନ୍ତୁ ଗୋପନ ଟ୍ରିକ୍‌ ଟି କ’ଣ

ସାଙ୍ଗମେଳରେ ଥାଇ ହ୍ୱାଟ୍‌ସଆପ୍‌ ଚାଟିଂ କଲାବେଳେ ଅନ୍ୟମାନେ ଆମ ମେସେଜକୁ ଲୁଚି ଲୁଚି ପଢ଼ି ଦିଅନ୍ତି। ଏଥିରେ ବ୍ୟକ୍ତିଗତ ବାର୍ତ୍ତାଳାପ ସମସ୍ତଙ୍କ ସାମ୍ନାକୁ ଆସିଯାଏ । ଯାହା ଜମା ଭଲ ଲାଗେନାହିଁ। ହେଲେ ଆପଣ ଜାଣିଛନ୍ତି କି ମୋବାଇଲ୍‌ ସ୍କ୍ରିନରୁ ଲୁଚେଇ ମଧ୍ୟ ହ୍ୱାଟ୍ସଆପ୍‌ରେ ଚାଟିଂ କରିପାରିବେ। ଫଳରେ ଆପଣ ବନ୍ଧୁ ପାଖରେ ଥାଇ ମଧ୍ୟ ଆପଣଙ୍କୁ ମେସେଜ୍‌ ଦେଖିପାରିବେ ନାହିଁ। ଗୁଗଲ ପ୍ଲେଷ୍ଟୋରରେ MaskChat – Hides Whatsapp Chat ନାମକ ଏକ ଆଣ୍ଡ୍ରେଡ୍ ଆପ୍‌ […]

whats-app

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 05:34 PM IST

ସାଙ୍ଗମେଳରେ ଥାଇ ହ୍ୱାଟ୍‌ସଆପ୍‌ ଚାଟିଂ କଲାବେଳେ ଅନ୍ୟମାନେ ଆମ ମେସେଜକୁ ଲୁଚି ଲୁଚି ପଢ଼ି ଦିଅନ୍ତି। ଏଥିରେ ବ୍ୟକ୍ତିଗତ ବାର୍ତ୍ତାଳାପ ସମସ୍ତଙ୍କ ସାମ୍ନାକୁ ଆସିଯାଏ । ଯାହା ଜମା ଭଲ ଲାଗେନାହିଁ। ହେଲେ ଆପଣ ଜାଣିଛନ୍ତି କି ମୋବାଇଲ୍‌ ସ୍କ୍ରିନରୁ ଲୁଚେଇ ମଧ୍ୟ ହ୍ୱାଟ୍ସଆପ୍‌ରେ ଚାଟିଂ କରିପାରିବେ। ଫଳରେ ଆପଣ ବନ୍ଧୁ ପାଖରେ ଥାଇ ମଧ୍ୟ ଆପଣଙ୍କୁ ମେସେଜ୍‌ ଦେଖିପାରିବେ ନାହିଁ।

ଗୁଗଲ ପ୍ଲେଷ୍ଟୋରରେ MaskChat - Hides Whatsapp Chat ନାମକ ଏକ ଆଣ୍ଡ୍ରେଡ୍ ଆପ୍‌ ରହିଛି। ଏହାକୁ ବ୍ୟବହାର କରି ହ୍ୱାଟ୍‌ସାପ୍‌ ଚାଟ୍‌କୁ ଲୁଚାଇ ପାରିବେ। ଯେତେବେଳେ ମୋବାଇଲ୍‌ରେ ବ୍ୟକ୍ତିଗତ ଚାଟିଂ କରୁଛନ୍ତି ସେତେବେଳେ ଏହି ଆପ୍‌ ଚାଟ୍‌ର ଉପର ସ୍କ୍ରିନ୍‌କୁ ଡିଜିଟାଲ୍‌ ପର୍ଦାଠାରୁ ଲୁଚେଇ ଦେବ। ଫଳରେ ଆପଣଙ୍କ କେହି ପଢିପାରିବେ ନାହିଁ। କେବଳ ହ୍ୱାଟ୍‌ସଆପ ନୁହଁ Facebook Messenger, Snapchat, WeChat ଓ hike Messenger ଭଳି ଆପ୍‌ ପାଇଁ ଆପଣ MaskChat - Hides Whatsapp Chat ଆପକୁ ବ୍ୟବହାର କରିପାରିବେ। ଏହାଛଡ଼ା କୌଣସି ପାସୱାର୍ଡ ଟାଇପ କରୁଥିବା ସମୟରେ କିମ୍ବା ବ୍ୟାଙ୍କ ସମ୍ଭନ୍ଧିୟ କୌଣସି ତଥ୍ୟ ଇତ୍ୟାଦି ଟାଇପ୍‌ କରୁଥିବା ବେଳେ ଏହି ଅପ୍‌ ମାଧ୍ୟମରେ ଚାଟ ସ୍କ୍ରିନ୍‌କୁ ଲୁଚାଇ ପାରିବେ।

କିପରି କରିବେ ଆସନ୍ତୁ ଜାଣିବା: ଗୁଗୁଲ ପ୍ଲେଷ୍ଟୋରରୁ ଆପ୍‌କୁ ଡାଉନଲୋଡ କରନ୍ତୁ। ଏହାପରେ ସ୍କ୍ରିନ୍‌ରେ ଏକ ଫ୍ଲଟିଂ ମାସ୍କ ଚାଟ୍‌ ଆଇକନ୍ ଦେଖାଯିବ। ଯେଉଁ ସ୍କ୍ରିନକୁ ଆପଣ ଲୁଚାଇବାକୁ ଚାହୁଁଛନ୍ତି ସେହି ସ୍କ୍ରିନ ଉପରେ ଏହି ଆପ୍‌କୁ ଉପରୁ ତଳକୁ ଆଡ଼କୁ ଟାଣନ୍ତୁ। ଏହାପରେ ଗୋଟିଏ ଡିଜିଟାଲ ସ୍କ୍ରିନ ତଳକୁ ଆସିଯିବ ଓ ମୋବାଇଲ୍‌ ସ୍କ୍ରିନକୁ ଲୁଚେଇ ଦେବ। ହଠାତ୍ ସ୍କ୍ରିନକୁ ବନ୍ଦ କରିବାକୁ ହେଲେ ଆପଣ ସେଠାର ଥିବା ଏକ କ୍ରସ ଚିହ୍ନ ଉପରେ କ୍ଲିକ୍‌ କରି ଆପଣ ଚାଟ ସ୍କ୍ରିନକୁ ବନ୍ଦ ମଧ୍ୟ କରିପାରିବେ। ଏହାଛଡ଼ା ସେଥିରେ ଥିବା ଗିୟର ଆଇକନ୍‌ ଉପରେ କ୍ଲକ୍‌ କରି ଆପଣ ମୋବାଇଲ୍ର ସ୍କ୍ରିନ୍‌ର ଥିମ ମଧ୍ୟ ବଦଳାଇ ପାରିବେ। ଏଥିପାଇଁ ଥିମ ସିଲେକ୍ଟ କରି Apply theme ବଟନ ଉପରେ ଟେପ୍‌ କରି ଆପଣ ଥିମ ଆପ୍ଲାଏ କରିପାରିବେ।

Related story