ଆଜି ଜବତ କରାଯିବ ମାଲ୍ୟାଙ୍କ ଅଚଳାଚଳ ସମ୍ପତ୍ତି

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଠାରୁ ୯ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇ ପରିଶୋଧ କରି ନ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ସମସ୍ତ ସମ୍ପତ୍ତି ଆଜି ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । କ୍ରିମିନାଲ ପ୍ରୋସିଜିୟର କୋଡ ସେକ୍ସସନ୍‌-୮୩ ଅନୁସାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେବ। ଏହି କାର୍ଯ୍ୟପନ୍ଥାରେ ପଳାତକ ଘୋଷିତ କରାଯାଇଥିବା ଅପରାଧୀଙ୍କ ସମ୍ପତ୍ତି ଜବତ କରାଯାଇଥାଏ। ୨୦୧୬ ମାର୍ଚ୍ଚ ୨ତାରିଖରେ ବିଜୟମାଲ୍ୟା ଲଣ୍ଡନ ପଳାଇଥିଲେ। ବିଜୟ ମାଲ୍ୟା […]

vijaya-mallya

Ordigital Desk
  • Published: Tuesday, 27 March 2018
  • , Updated: 27 March 2018, 01:54 PM IST

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଠାରୁ ୯ହଜାର କୋଟି ଟଙ୍କାରୁ ଅଧିକ ଋଣ ନେଇ ପରିଶୋଧ କରି ନ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ସମସ୍ତ ସମ୍ପତ୍ତି ଆଜି ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । କ୍ରିମିନାଲ ପ୍ରୋସିଜିୟର କୋଡ ସେକ୍ସସନ୍‌-୮୩ ଅନୁସାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେବ। ଏହି କାର୍ଯ୍ୟପନ୍ଥାରେ ପଳାତକ ଘୋଷିତ କରାଯାଇଥିବା ଅପରାଧୀଙ୍କ ସମ୍ପତ୍ତି ଜବତ କରାଯାଇଥାଏ। ୨୦୧୬ ମାର୍ଚ୍ଚ ୨ତାରିଖରେ ବିଜୟମାଲ୍ୟା ଲଣ୍ଡନ ପଳାଇଥିଲେ।
ବିଜୟ ମାଲ୍ୟା ବ୍ରିଟିଶ ଫାର୍ମ ୧.୨୯ କୋଟି ଟଙ୍କା ଦେଇଥିଲେ: ଦିଲ୍ଲୀର ଏକ କୋର୍ଟ ମାଲ୍ୟା ବିରୋଧରେ ଏକ ସମନ ଜାରି କରିଥିଲା। ମାଲ୍ୟା କୋର୍ଟରେ ହାଜର ନ ହେବାରୁ କୋର୍ଟ ତାଙ୍କୁ ଅପରାଧୀ ଘୋଷଣା କରିଥିଲା।

ଇଡି ପକ୍ଷରୁ କରାଯାଇଥିବା ମାମଲା ଅନୁସାରେ ମାଲ୍ୟା ୧୯୯୬, ୧୯୯୭ ଓ ୧୯୯୮ ମସିହାରେ Formula one racing ପାଇଁ ଏକ ବ୍ରିଟିଶ ଫାର୍ମକୁ ପ୍ରାୟ ୧କୋଟି ୨୯ କୋଟି ଦେଇଥିଲେ। ମାଲ୍ୟା Formula one racing ଜରିଆରେ ଏହି ଟଙ୍କାକୁ ବିନିଯୋଗ କରି କିଙ୍ଗ ଫିସର ଲଗୋ ଲଗାଇ ୟୁରୋପ ସହ କେତୋଟି ଦେଶକୁ ଦେଖାଇବାକୁ ଦେଇଥିଲେ।
ଇଡିର ଅଭିଯୋଗ ଅନୁସାରେ ମାଲ୍ୟା ଆରବିଆଇର ବିନା ଅନୁମତିରେ Foreign Exchange Regulatory Authority ଉଲ୍ଲଂଘନ କରିଥିଲେ।
ଇଂଲଣ୍ଡରେ ଚାଲିଛି ପ୍ରତ୍ୟାର୍ପଣ ମାମଲା: ଭାରତର ବିଭିନ୍ନ ବ୍ୟାଙ୍କଠାରୁ ଋଣ ନେଇ ପରିଶୋଧ ନ କରିବା ଅଭିଯୋଗରେ Prevention of Money Laundering ( PMLA) ଆକ୍ଟ ଅନୁସାରେ ମୁମ୍ବାଇ ସ୍ପେଶାଲ କୋର୍ଟ ବିଜୟମାଲ୍ୟାଙ୍କୁ ପଳାତକ ଘୋଷଣା କରିଥିଲା।
୨୦୧୭ ମସିହାରେ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଭାରତ ପକ୍ଷରୁ ୟୁକେକୁ ଅନୁରୋଧ କରାଯାଇଥିଲା। ମାର୍ଚ୍ଚରେ ବ୍ରିଟିଶର ପ୍ରଧାନମନ୍ତ୍ରୀଙ୍କୁ ଲଣ୍ଡନରେ ଅରୁଣ ଜେଟିଲ ସହିତ ସାକ୍ଷାତ କରିଥିଲେ। ଉଭୟଙ୍କ ସାକ୍ଷାତ ପରେ ମାଲ୍ୟାଙ୍କୁ ଭାରତ ଅଣାଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା।
ପରେ ୟୁକେ ସରକାର ମାଲ୍ୟାଙ୍କ ମାମଲାକୁ ବିଚାର କରିବା ପାଇଁ ଜିଲ୍ଲା ଜଜଙ୍କ ପାଖକୁ ପଠାଇ ଦେଇଥିଲେ। ଏହାପରେ ମାଲ୍ୟାଙ୍କୁ Extradition warrantରେ ଏପ୍ରିଲ ମାସରେ ଗିରଫ କରାଯାଇଥିଲା। Extradition warrant ଜାରି ହେବା ପରେ ମାଲ୍ୟା ନିଜେ ଲଣ୍ଡନ ସେଣ୍ଟ୍ରାଲ ପୋଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ।
ଜୁନରେ ହୋଇପାରେ ପ୍ରତ୍ୟାର୍ପଣ ମାମଲାର ଶୁଣାଣି: ଲଣ୍ଡନରେ ମାଲ୍ୟା ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଯାଇଥିଲା। ତାଙ୍କ ବିରୋଧରେ ଚାଲିଥିବା ପ୍ରତ୍ୟାର୍ପଣ ମାମଲା ଚାଲିଛି। ଜୁନ ମାସରେ ଏହି ମାମଲାର ଶୁଣାଣି ହୋଇପାରେ। ଏହି ମାମଲାରେ ଭାରତ ପକ୍ଷରୁ ସିବିଆଇ ପକ୍ଷ ରଖିବ।

ମାଲ୍ୟାଙ୍କ ନାଁ କେତେ ଋଣ ରହିଛି: ୨୦୧୪ ମସିହା ଜାନୁଆରୀ ୩୧ତାରିଖରେ କିଙ୍ଗଫିସର ଏୟରଲାଇନ୍ସ ନାଁରେ ୧୭ଟି ବ୍ୟାଙ୍କରୁ ମାଲ୍ୟା ୬.୯୬୩ କୋଟି ଟଙ୍କା ଋଣ ଆଣିଥିଲେ। ଏହି ଋଣ ସୁଧ ମୂଳ ମିଶି ୯,୪୩୨କୋଟି ଟଙ୍କାରେ ହୋଇଛି।
ସିବିଆଇ ୧୦୦୦ ପୃଷ୍ଠାରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଦର୍ଶାଇଥିଲା ଯେ ମାଲ୍ୟା କିଙ୍ଗଫିସର ଏୟରଲାଇନ୍ସ ନାଁରେ ଆଇଡିବିଆଇ ବ୍ୟାଙ୍କରୁ ୯୦୦ କୋଟି ଟଙ୍କା ଋଣ ଆଣିଥିଲେ। ସେଥିରୁ ୨୫୪ କୋଟି ଟଙ୍କା ନିଜେ ଖର୍ଚ୍ଚ କରିଥିଲେ।
୨୦୧୨ରେ କିଙ୍ଗଫିସର ଏୟରଲାଇନ୍ସ ବନ୍ଦ ହୋଇଯାଇଥିଲା। ୨୦୧୪ରେ ଏହାର Flying permit ରଦ୍ଦ କରି ଦିଆଯାଇଥିଲା।

Related story