ଇପିଏଫ୍‌ଓ ସୁଧହାର ବୃଦ୍ଧି, ଫାଇଦା ପାଇବେ ୬ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍)ଆକାଉଣ୍ଟଧାରୀଙ୍କୁ ଆଜି କେନ୍ଦ୍ର ସରକାର ଖୁସି ଖବର ଦେଇଛନ୍ତି। ଇପିଏଫ୍‌ଓର ସିବିଟି ସୁଧହାର ବୃଦ୍ଧି କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏ ସମ୍ପର୍କରେ ଆଜି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ ଆକାଉଣ୍ଟଧାରୀ ନିଜର ଜମା ରାଶି ଉପରେ ୮.୬୫% ସୁଧ ପାଇବେ। ଏହାଦ୍ୱାରା ପ୍ରାୟ ୬ କୋଟିରୁ ଅଧିକ ଲୋକ ଫାଇଦା ପାଇବେ। […]

der

Hemant Lenka
  • Published: Tuesday, 17 September 2019
  • , Updated: 17 September 2019, 04:17 PM IST

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍)ଆକାଉଣ୍ଟଧାରୀଙ୍କୁ ଆଜି କେନ୍ଦ୍ର ସରକାର ଖୁସି ଖବର ଦେଇଛନ୍ତି। ଇପିଏଫ୍‌ଓର ସିବିଟି ସୁଧହାର ବୃଦ୍ଧି କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।

ଏ ସମ୍ପର୍କରେ ଆଜି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ ଆକାଉଣ୍ଟଧାରୀ ନିଜର ଜମା ରାଶି ଉପରେ ୮.୬୫% ସୁଧ ପାଇବେ। ଏହାଦ୍ୱାରା ପ୍ରାୟ ୬ କୋଟିରୁ ଅଧିକ ଲୋକ ଫାଇଦା ପାଇବେ। ପୂର୍ବରୁ ଇପିଏଫ୍ଓ ସୁଧହାର ୮.୫୫% ରହିଥିଲା।

ଚଳିତ ବର୍ଷ ଫେବୃଆରୀ ମାସରେ ଇପିଏଫ୍ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍‌(ସିବିଟି)ର ବୈଠକରେ ସମସ୍ତ ସଦସ୍ୟ ସୁଧହାର ବୃଦ୍ଧି ସପକ୍ଷରେ ମତ ରଖିଥିଲେ। ସୁଧହାରକୁ ୮.୫୫%ରୁ ୮.୬୫%କୁ ବୃଦ୍ଧି କରିବା ପାଇଁ ସମସ୍ତ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ଏହାପରେ ସଦସ୍ୟମାନଙ୍କ ସୁପାରିସକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିଲା।

Related story