ତିନ୍‌ ତଲାକ୍‌ ବିଲ୍‌ରେ ସଂଶୋଧନ

ନୂଆଦିଲ୍ଲୀ: ମୁସଲିମ୍‌ ସଂପ୍ରଦାୟରେ ପ୍ରଚଳିତ ତିନ୍‌ ତଲାକ୍‌କୁ ଅବୈଧ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ରେ କେତେକ ସଂଶୋଧନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ନେଇ ଆଲୋଚନା କରାଯାଇଥିଲା। ଏଥିରେ କେତେକ ସଂଶୋଧନ ଆଣିବା ପାଇଁ କେତେକ ନିଷ୍ପତ୍ତି ହୋଇଥିବା ଏବଂ ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ସଂଶୋଧନ ବିଲ୍‌ରେ  ପୂର୍ବ ଭଳି ବିଲ୍‌  […]

j-1533809842

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 06:37 PM IST

ନୂଆଦିଲ୍ଲୀ: ମୁସଲିମ୍‌ ସଂପ୍ରଦାୟରେ ପ୍ରଚଳିତ ତିନ୍‌ ତଲାକ୍‌କୁ ଅବୈଧ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ରେ କେତେକ ସଂଶୋଧନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ନେଇ ଆଲୋଚନା କରାଯାଇଥିଲା। ଏଥିରେ କେତେକ ସଂଶୋଧନ ଆଣିବା ପାଇଁ କେତେକ ନିଷ୍ପତ୍ତି ହୋଇଥିବା ଏବଂ ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ସଂଶୋଧନ ବିଲ୍‌ରେ  ପୂର୍ବ ଭଳି ବିଲ୍‌  ଟ୍ରିପଲ୍‌ ତଲାକ୍‌ ଏକ ଜାମିନ୍‌ ବିହୀନ୍‌ ଅପରାଧ ହୋଇ ରହିଛି। କିନ୍ତୁ ଟ୍ରିପଲ୍‌ ତଲାକ ଦେଉଥିବା ଅଭିଯୁକ୍ତଙ୍କୁ କେବଳ ଜଣେ ମାଜିଷ୍ଟ୍ରେଟ୍‌ ଜାମିନ୍‌ ଦେଇପାରିବେ ବୋଲି ଆଜି ସଂଶୋଧନ କରାଯାଇ ବିଲ୍‌ରେ ସାମିଲ କରାଯାଇଛି। ଏଥିସହ ଯଦି ପରବର୍ତ୍ତୀ ଅବସ୍ଥାରେ ଉଭୟ ପକ୍ଷ ଆପୋଷ ବୁଝାମଣା ପାଇଁ ରାଜି ହୁଅନ୍ତି, ତା’ହେଲେ ପୁଣି ସେମାନେ ଏକାଠି ରହିପାରିବେ। ସେହିପରି ପୀଡ଼ିତା କିମ୍ବା ତାଙ୍କ ପରିବାର ଲୋକମାନେ ହିଁ କେବଳ ପୁଲିସ୍‌ରେ ଟ୍ରିପଲ୍‌ ତଲାକର ଶିକାର ହୋଇଥିବା ଏଫ୍‌ଆଇର୍‌ ଦେଇପାରରିବେ।

ଗତ ବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ଲୋକସଭାରେ ତତ୍‌କାଳ ତିନ୍‌ ତଲାକ୍‌କୁ ବେଆଇନ୍‌ ଦର୍ଶାଇବା ପାଇଁ ଏକ ବିଲ୍‌ ଆଗତ କରିଥିଲେ।

ଏହା ପାସ୍‌ ମଧ୍ୟ ହୋଇଛି। କିନ୍ତୁ ରାଜ୍ୟସଭାରେ ଏହା ଆଗତ ହୋଇପାରିନାହିଁ। ବିରୋଧୀ ଏହି ବିଲ୍‌ରେ କେତେକ ସଂଶୋଧନ ଆଣିବାକୁ ଦାବି କରିଛନ୍ତି।

ବିଲ୍‌ର ନିୟମ ଅନୁଯାୟୀ ଟ୍ରିପଲ୍‌ ତଲାକ୍‌ ଦେଉଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଭୋଗଇବାକୁ ପଡ଼ିବ।

Related story