ପୁଲଓ୍ୱାମା ଆକ୍ରମଣ: ଶହୀଦଙ୍କ ଘରମାଟି ଏକାଠି କରି ଦିଆଗଲା ଶ୍ରଦ୍ଧାଞ୍ଜଳି

ଶ୍ରୀନଗର: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବର୍ଷେ ପୂରିଛି। ଶହୀଦଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଏହି ଅବସରରେ ଜମ୍ମୁ କଶ୍ମୀରର ଲେଥପୁରାରେ ଥିବା ସିଆରପିଏଫ କ୍ୟାମ୍ପରେ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଶହୀଦଙ୍କ ସ୍ମୃତିରେ ଏକ ସ୍ମାରକୀ ପୀଠର ଉଦଘାଟନ ମଧ୍ୟ ହୋଇଛି। ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହା ସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୋପୀନାଥ ଯ।ଦବ ନାମକ […]

PULWAMA ATTACK HOMMAGE

PULWAMA ATTACK HOMMAGE

Subhransu Sekhar
  • Published: Friday, 14 February 2020
  • Updated: 14 February 2020, 12:34 PM IST

Sports

Latest News

ଶ୍ରୀନଗର: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବର୍ଷେ ପୂରିଛି। ଶହୀଦଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଏହି ଅବସରରେ ଜମ୍ମୁ କଶ୍ମୀରର ଲେଥପୁରାରେ ଥିବା ସିଆରପିଏଫ କ୍ୟାମ୍ପରେ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଶହୀଦଙ୍କ ସ୍ମୃତିରେ ଏକ ସ୍ମାରକୀ ପୀଠର ଉଦଘାଟନ ମଧ୍ୟ ହୋଇଛି। ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହା ସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୋପୀନାଥ ଯ।ଦବ ନାମକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। କାରଣ ସେ ସାରା ଦେଶ ବୁଲି ଶହୀଦଙ୍କ ଘରକୁ ଯାଇ କଳସରେ ମାଟି ଆଣି ଏଠାରେ ଏକାଠି କରିଛନ୍ତି। ବେଙ୍ଗାଲୁରୁ ନିବାସୀ ଗୋପୀନାଥ ଯାଦବ ପେସାରେ ଜଣେ ମ୍ୟୁଜିସିଆନ ଏବଂ ଫାର୍ମାସିଷ୍ଟ।

ଗୋପୀନାଥ ଗତବର୍ଷ ଫେବୃଆରୀ ୧୪ରେ ଆଜମେରରୁ ବେଙ୍ଗାଲୁରୁକୁ ଫେରୁଥିଲେ। ଏହି ସମୟରେ ଜୟପୁର ବିମାନ ବନ୍ଦରରେ ଥିବା ଟିଭି ସ୍କ୍ରିନରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ ହୋଇଥିବା ଟିଭି ଚ୍ୟାନେଲରେ ଦେଖିବାକୁ ପାଇଥିଲେ। ଘଟଣାସ୍ଥଳର ଭୟାବହ ସ୍ଥିତି ଦେଖି ଶହୀଦଙ୍କ ପରିବାର ପାଇଁ କିଛି ନୂଆ କରିବେ ବୋଲି ସେ ପଣ କରିଥିଲେ।

ଯାଦବ ଶହୀଦଙ୍କ ପରିବାରକୁ ଭେଟିବା ପାଇଁ ୬୧ ହଜାର କିଲୋମିଟର ଭ୍ରମଣ କରିଛନ୍ତି। ଗତ ସପ୍ତାହରେ ତାଙ୍କର ଏହି ଯାତ୍ରା ଶେଷ ହୋଇଥିଲା। ଏହି ଭ୍ରମଣକୁ ସେ ‘ତୀର୍ଥ ଯାତ୍ରା’ ବୋଲି ମାନନ୍ତି। ଏହି ସମୟରେ ଶହୀଦଙ୍କ ଘରୁ କଳସରେ ମାଟି ଆଣୁଥିଲେ ଗୋପୀନାଥ।

ଶହୀଦଙ୍କ ଘରକୁ ନିଜ କାର୍‌ରେ ଯିବା ବେଳେ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେ ବାବଦରେ ମଧ୍ୟ ଯାଦବ ନିଜର ଅନୁଭୂତି ବାଣ୍ଟିଛନ୍ତି। ଅନେକ ଶହୀଦଙ୍କ ଘର ଗାଁ ଭିତରେ ଥିବାରୁ ଘର ଖୋଜିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଥିଲା। ଏହାବାଦ୍ ବିଶ୍ରାମ ନେବା ପାଇଁ ରାତି ଓ ଦିନ ବେଳେ ତାଙ୍କ କାର୍‌କୁ ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି। କାରଣ ସେ ହୋଟେଲ ଖର୍ଚ୍ଚ ଭରଣା କରିବାକୁ ସକ୍ଷମ ନଥିଲେ।

ଶହୀଦଙ୍କ ଘରକୁ ଯାଇ ଏଭଳି କରିଥିବାରୁ ସିଆରପିଏଫର ସ୍ପେଶାଲ ଡିଜି ଜୁଲ୍‌ଫିକାର ହସନ ତାଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲେ। ତାଙ୍କର ଏଭଳି କାମକୁ ନେଇ ତାଙ୍କ ସ୍ତ୍ରୀ ଓ ଛୁଆ ଗର୍ବ ଅନୁଭବ କରୁଛନ୍ତି ବୋଲି ଗୋପୀନାଥ କହିଛନ୍ତି। ଆଗାମୀ ଦିନରେ ତାଙ୍କ ପୁଅ ସେନାରେ ସାମିଲ ହେବ ବୋଲି ସେ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଫେବୃଆରୀ ୧୪ରେ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର HR 49F 0637ନମ୍ୱର ବସଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଥିଲେ। ଯେଉଁଥିରେ ଦୁଇ ଓଡ଼ିଆ ଯବାନ ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos