କାଠମାଣ୍ଡୁ: ଭୂକଂପରେ ଛାରଖାର ହୋଇଯାଇଥିବା ନେପାଳକୁ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଭାରତ ୧୦୦ କୋଟି ଡଲାରର ସହାୟତା ଦେବ। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଘୋଷଣା କରିଛନ୍ତି। ଭୂକଂପ ପରେ ପୁନଃନିର୍ମାଣ ସଂପର୍କରେ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏହି ଘୋଷଣା କରିଥିଲେ। ସୁଷମାଙ୍କ ଏହି ଘୋଷଣା ସହିତ ଆସନ୍ତା ୫ ବର୍ଷରେ ଭାରତ ନେପାଳକୁ ମୋଟ୍ ୨୦୦ କୋଟି ଡଲାରର ସହାୟତା ଯୋଗାଇ ଦେବ।
ସୁଷମା ସ୍ୱରାଜ ଗତକାଲି ଠାରୁ ଯାଇ ନେପାଳରେ ପହଞ୍ଚିଥିଲେ। ଗତକାଲି ସେ ନେପାଳ ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲାଙ୍କୁ ଭେଟିଥିଲେ ଓ ଭାରତ ସବୁ ପ୍ରକାର ସାହାଯ୍ୟ କରିବ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂକଂପରେ ପ୍ରାୟ ୯୦୦୦ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ସଂଖ୍ୟାରେ ଘର, ମଠ, ମନ୍ଦିର ସବୁ ମାଟିରେ ମିଶିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।