୩୮୮ ଟଙ୍କାର ନେଲ୍‌ପଲିସ୍‌ ବୋତଲ୍‌ ପାଇଁ ମହିଳା ଗଣିଲେ ୯୨,୪୪୬ ଟଙ୍କା

ପୁଣେ : ପୁଣେର ଜଣେ ୨୫ ବର୍ଷୀୟ ମହିଳା ସପ୍ଟୱେୟାର୍‌ ଇଞ୍ଜିନିୟର୍‌ ଅନଲାଇନ୍‌ ଇ-କମର୍ସ ୱେବସାଇଟ୍‌ରୁ ୩୮୮ ଟଙ୍କାର ନେଲ୍‌ପଲିସ୍‌ କିଣି ୯୨,୪୪୬ ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ମହିଳା ଜଣକ ଶନିବାର ପୁଲିସରେ ଏକ ସାଇବର୍‌ ଠକେଇ ମାମଲା ଦାୟର କରିଛନ୍ତି। ଆପଣଙ୍କୁ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଲିସର କହିବା ଅନୁସାରେ ଡିସେମ୍ୱର ୧୭ରୁ ୩୦ ତାରିଖ ମଧ୍ୟରେ ଏହି ଘଟଣା ଘଟିଛି। ତେଣୁ ସୂଚନା ଓ ଅଧିକାରୀ […]

online

Puspanjali Panda
  • Published: Monday, 17 February 2020
  • , Updated: 17 February 2020, 02:56 PM IST

ପୁଣେ : ପୁଣେର ଜଣେ ୨୫ ବର୍ଷୀୟ ମହିଳା ସପ୍ଟୱେୟାର୍‌ ଇଞ୍ଜିନିୟର୍‌ ଅନଲାଇନ୍‌ ଇ-କମର୍ସ ୱେବସାଇଟ୍‌ରୁ ୩୮୮ ଟଙ୍କାର ନେଲ୍‌ପଲିସ୍‌ କିଣି ୯୨,୪୪୬ ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ମହିଳା ଜଣକ ଶନିବାର ପୁଲିସରେ ଏକ ସାଇବର୍‌ ଠକେଇ ମାମଲା ଦାୟର କରିଛନ୍ତି। ଆପଣଙ୍କୁ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ପୁଲିସର କହିବା ଅନୁସାରେ ଡିସେମ୍ୱର ୧୭ରୁ ୩୦ ତାରିଖ ମଧ୍ୟରେ ଏହି ଘଟଣା ଘଟିଛି। ତେଣୁ ସୂଚନା ଓ ଅଧିକାରୀ ଆଇନ୍‌ ଅନୁସାରେ ମାମଲାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ପ୍ରଥମେ ମହିଳା ଜଣକ ଡିସେମ୍ୱର ୧୭ ତାରିଖରେ ତାଙ୍କ ସ୍ମାର୍ଟଫୋନ୍‌ରେ ଥିବା ଇ-କମର୍ସ ସାଇଟ୍‌ରୁ ୩୮୮ ଟଙ୍କା ପେମେଣ୍ଟ କରି ଗୋଟିଏ ନେଲପଲିସ୍‌ ବୋତଲ୍ ଅର୍ଡର୍‌ କରିଥିଲେ। କିନ୍ତୁ ଏହା ନିର୍ଦ୍ଧାରିତ ସମୟରେ ଡେଲିଭରୀ ନହେବାରୁ ସେ ଅନଲାଇନ୍ ସାଇଟ୍‌ରେ ଥିବା କଷ୍ଟମର କେୟାର୍‌ ନମ୍ୱରକୁ ଫୋନ୍‌ କରିଥିଲେ।

ଫୋନ୍‌ରେ ଥିବା କଷ୍ଟମର କେୟାର୍‌ ବ୍ୟକ୍ତି ଜଣକ କମ୍ପାନୀ ପେମେଣ୍ଟ ରିସିଭ୍‌ କରିନାହିଁ ବୋଲି କହିଥିଲେ। ତେଣୁ ମହିଳା ଜଣକ ପେମେଣ୍ଟ କରିଥିବା ଟଙ୍କା ଫେରାଇ ଦେବା ପାଇଁ ଉକ୍ତ ମହିଳାଙ୍କୁ ଫୋନ୍‌ ନମ୍ୱର ମାଗିଥିଲେ।

ମହିଳା ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ୱର ଦେବାର କିଛି କ୍ଷଣ ମଧ୍ୟରେ ୫ଟି ଟ୍ରାଞ୍ଜାକ୍ସନ୍‌ ଦ୍ୱାରା ତାଙ୍କ ଆକାଉଣ୍ଟରୁ ୯୦,୯୪୬ ଟଙ୍କା ଗାଏବ୍‌ ହୋଇଯାଇଥିଲା। ଏହା ପରେ ତାଙ୍କ ବ୍ୟାଙ୍କରୁ ୧୫୦୦ ଟଙ୍କା ଗୋଟିଏ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କକୁ ଡେବିଟ୍‌ ହୋଇଥିଲା। ଏସବୁକୁ ମିଶାଇ ତାଙ୍କ ଆକାଉଣ୍ଟରୁ ସର୍ବମୋଟ୍‌ ୯୨୪୪୬ ଟଙ୍କା ଚଳୁ ହୋଇଯାଇଥିଲା।

ମହିଳାଙ୍କ କହିବା ଅନୁସାରେ ସେ କଷ୍ଟମର କେୟାରରେ ଥିବା ବ୍ୟକ୍ତିଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଦେଇନାହାନ୍ତି। ତଥାପି ଗୋଟିଏ ଫୋନ୍‌ ନମ୍ୱରରୁ ସେ ଠକାମିର ଶିକାର ହୋଇଛନ୍ତି।

Related story