ପୁଣେରେ ପାଚେରି ଭୁଶୁଡ଼ି ୧୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେର କୋନ୍ଧୱାରେ ଏକ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସର ପାଚେରି ଭୁଶୁଡ଼ି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ଶିଶୁ ବି ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ପାଚେରିଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଗତକାଲି ରାତି ପ୍ରାୟ ୧. ୪୫ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ୬୦ ଫୁଟ୍‌ ଲମ୍ବର ଏହି ପାଚେରି ବାହାରେ ଟିଣର ଛୋଟ […]

wall-collapse

wall-collapse

Jyoshna Pradhan
  • Published: Saturday, 29 June 2019
  • Updated: 29 June 2019, 10:57 AM IST

ପୁଣେ: ମହାରାଷ୍ଟ୍ରର ପୁଣେର କୋନ୍ଧୱାରେ ଏକ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସର ପାଚେରି ଭୁଶୁଡ଼ି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ଶିଶୁ ବି ଅଛନ୍ତି।

ପ୍ରବଳ ବର୍ଷା ଯୋଗୁ ପାଚେରିଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଗତକାଲି ରାତି ପ୍ରାୟ ୧. ୪୫ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ୬୦ ଫୁଟ୍‌ ଲମ୍ବର ଏହି ପାଚେରି ବାହାରେ ଟିଣର ଛୋଟ ଛୋଟ ଘର ନିର୍ମାଣ କରାଯାଇଥିଲା। ନିକଟରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଏହି ଘରଗୁଡ଼ିକ ନିର୍ମାଣ କରାଯାଇଥିଲା। ପାଚେରିଟି ଭୁଶୁଡ଼ି ପଡ଼ି ଏହି ସବୁ ଘର ଉପରେ ପଡ଼ି ଯାଇଥିଲା। ସେହିପରି ରେସିଡେନ୍‌ସିଆଲ୍ କମ୍ପ୍ଲେକ୍ସର ଭିତର ପାର୍ଶ୍ୱରେ ପାଚେରିକୁ ଲାଗିଥିବା ଅନେକ କାର୍ କ୍ଷତିଗ୍ରସ୍ତ ହୋଇଛି। ଏହି କାର୍‌ଗୁଡ଼ିକ ପାଚେରିକୁ ଲାଗି ରହିଥିଲା। ପାଚେରି ଓ ତତ୍‌ସଂଲଗ୍ନ ଚଟାଣ ଭୁଶୁଡ଼ି ପଡ଼ିବାରୁ ଏକାଧିକ କାର୍‌ ତଳକୁ ଖସି ଯାଇଥିଲା।

car1ପୁଣେ ପୁଲିସ୍ କମିଶନର କହିଛନ୍ତି,“ପାଚେରିଟି କେମିତି ଭୁଶୁଡ଼ିଲା, ତା’ର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଚେରି ନିର୍ମାଣ ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଥିଲା କି ନାହିଁ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ।”

ପୁନେ ଜିଲ୍ଲାପାଳ କହିଛନ୍ତି ଯେ ଅତ୍ୟଧିକ ବର୍ଷା ଯୋଗୁ କାନ୍ଥଟି ଭୁଶୁଡ଼ି ଯାଇଥାଇପାରେ। ତେବେ ଯେଉଁ କନ୍‌ଷ୍ଟ୍ରକ୍ସନ କଂପାନୀ ଏହି ପାଚେରି ନିର୍ମାଣ କରିଥିଲା, ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ସେହିପରି ମୃତ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗ ଓ ବିହାରର ବୋଲି ସେ କହିଛନ୍ତି।

ପାଚେରି ଭୁଶୁଡ଼ି ଯିବା ପରେ ପୁଲିସ୍, ଅଗ୍ନିଶମ କର୍ମଚାରୀ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଗୁରୁବାରଠାରୁ ପୁନେରେ ବର୍ଷା ଜାରି ରହିଥିବା ବେଳେ ଗତକାଲି ପ୍ରବଳ ବର୍ଷା ହୋଇଥିଲା। ଗତକାଲି ରାତି ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ପୁନେରେ ୭୩.୧ ମିଲିଲିଟର ବର୍ଷା ହୋଇଥିଲା। ୨୦୧୦ ଜୁନ୍ ପରେ ପୁନେରେ ଏତେ ପରିମାଣର ବର୍ଷା ହୋଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos