ବିଦେଶ ନଯାଇ କରୋନାରେ ଆକ୍ରାନ୍ତ ପୁଣେର ଜଣେ ମହିଳା

ପୁଣେ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ର ପୁଣରେ ଜଣେ ୪୦ ବର୍ଷୀୟ ମହିଳା। ଏହି ମହିଳା ଜଣଙ୍କ କିନ୍ତୁ କୌଣସି ବିଦେଶ ଯାତ୍ରା କରିନାହାନ୍ତି। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ଭାବରେ ସ୍ୱାଇନ୍ ଫ୍ଲୁରେ ସେ ଆକ୍ରାନ୍ତ ହୋଇଥିବେ ବୋଲି ଡାକ୍ତର ଅନୁମାନ କରୁଥିଲେ। ହେଲେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭାରତୀ ହସ୍ପିଟାଲର ଭେଣ୍ଟିଲେଟରରେ ସେ ବର୍ତ୍ତମାନ ଭର୍ତ୍ତି ହୋଇଛନ୍ତି। ଏହି ମହିଳା ଜଣଙ୍କ କୌଣସି […]

pune women

Subhransu Sekhar
  • Published: Saturday, 21 March 2020
  • , Updated: 21 March 2020, 06:06 PM IST

ପୁଣେ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ର ପୁଣରେ ଜଣେ ୪୦ ବର୍ଷୀୟ ମହିଳା। ଏହି ମହିଳା ଜଣଙ୍କ କିନ୍ତୁ କୌଣସି ବିଦେଶ ଯାତ୍ରା କରିନାହାନ୍ତି। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ଭାବରେ ସ୍ୱାଇନ୍ ଫ୍ଲୁରେ ସେ ଆକ୍ରାନ୍ତ ହୋଇଥିବେ ବୋଲି ଡାକ୍ତର ଅନୁମାନ କରୁଥିଲେ। ହେଲେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭାରତୀ ହସ୍ପିଟାଲର ଭେଣ୍ଟିଲେଟରରେ ସେ ବର୍ତ୍ତମାନ ଭର୍ତ୍ତି ହୋଇଛନ୍ତି। ଏହି ମହିଳା ଜଣଙ୍କ କୌଣସି ବିଦେଶ ଗସ୍ତ କରିନଥିବା କହିଛନ୍ତି। ହେଲେ ମାର୍ଚ୍ଚ ୩ ତାରିଖରେ ନଭି ମୁମ୍ୱାଇର ଏକ ବିବାହରେ ଯୋଗ ଦେଇଥିଲେ ବୋଲି କହିଛନ୍ତି।

ଜିଲ୍ଲାପାଳ ନଭାଲ କିଶୋର ରାମଙ୍କ ନିର୍ଦ୍ଦେଶକ୍ରମେ ସେହି ବିବାହରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ବାବଦରେ ଅନୁଧ୍ୟାନ କରୁଛି ପ୍ରଶାସନ। ବିବାହରେ ଯୋଗ ଦେଇଥିବା କୌଣସି ବିଦେଶୀଙ୍କ ସଂସ୍ପର୍ଶରେ ଏହି ମହିଳା ଜଣଙ୍କ ଆସିଥିବେ ବୋଲି ଜଣାପଡ଼ିଛି।

ସେହିପରି ବିବାହରେ ଯୋଗଦେବା ପାଇଁ ମହିଳା ଜଣଙ୍କ ଟ୍ୟାକ୍ସି ବ୍ୟବହାର କରିଥିଲେ। ସେହି ଟ୍ୟାକ୍ସିକୁ ଠାବ କରିବା ପାଇଁ ମଧ୍ୟ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ନଭାଲ କିଶୋର ରାମ କହିଛନ୍ତି। ନିକଟରେ ମୁମ୍ୱାଇର ଜଣେ ୨୫ ବର୍ଷୀୟ ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଆୟର୍ଲାଣ୍ଡରୁ ଫେରିଥିଲେ ବୋଲି ଜଣାପଡ଼ିଛି।

Related story