ଅଟୋ, ସେଲୁନ ଓ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଏହି ରାଜ୍ୟ ଦେଲା ଅନୁମତି

ଅମୃତସର: ଲକଡାଉନ ୪.୦ ଲାଗୁ ହେବା ସହ କେନ୍ଦ୍ର ସରକାର ଗତକାଲି ନୂଆ ଗାଇଡଲାଇନ ଜାରି କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ସେମାନଙ୍କ ଅଞ୍ଚଳରେ କ’ଣ ଖୋଲିପାରିବ ଓ କ’ଣ ନୁହେଁ, ତା’ର ନିଷ୍ପତ୍ତି ନେବେ ବୋଲି ପରାମର୍ଶ ଦେଇଥିଲେ। ଏହାପରେ ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କେବଳ କରୋନା କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ସ୍ଥାନରେ ଯାତାୟାତ ଠାରୁ ଆରମ୍ଭ କରି ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି। ଆଜିଠାରୁ ପଞ୍ଜାବରେ […]

ne

Hemant Lenka
  • Published: Monday, 18 May 2020
  • , Updated: 18 May 2020, 12:17 PM IST

ଅମୃତସର: ଲକଡାଉନ ୪.୦ ଲାଗୁ ହେବା ସହ କେନ୍ଦ୍ର ସରକାର ଗତକାଲି ନୂଆ ଗାଇଡଲାଇନ ଜାରି କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ସେମାନଙ୍କ ଅଞ୍ଚଳରେ କ’ଣ ଖୋଲିପାରିବ ଓ କ’ଣ ନୁହେଁ, ତା’ର ନିଷ୍ପତ୍ତି ନେବେ ବୋଲି ପରାମର୍ଶ ଦେଇଥିଲେ।

ଏହାପରେ ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କେବଳ କରୋନା କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ସ୍ଥାନରେ ଯାତାୟାତ ଠାରୁ ଆରମ୍ଭ କରି ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି।

ଆଜିଠାରୁ ପଞ୍ଜାବରେ ଅଟୋ, ଟ୍ୟାକ୍ସି ଓ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଅନୁମତି ମିଳିଛି। ତେବେ ଆନ୍ତଃରାଜ୍ୟ ବସ ଚଳାଚଳ ପୂର୍ବରୁ ରାଜ୍ୟ-ରାଜ୍ୟ ପରସ୍ପର ସହ ଆଲୋଚନା କରିବେ। ସେହିପରି ରାଜ୍ୟରେ ଥିବା ସମସ୍ତ ସେଲୁନ ଓ ଅନ୍ୟାନ୍ୟ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିପାରିବ। ତେବେ ସେଲୁନଗୁଡ଼ିକରେ ଯେମିତି ଅଧିକ ଭିଡ଼ ନ ହେବ ଏବଂ କରୋନାର ସମସ୍ତ ଗାଇଡଲାଇନ ପାଳନ ହେବ, ସେକଥା ପ୍ରଶାସନିକ ଅଧିକାରୀମାନେ ନିଶ୍ଚିତ କରିବେ।

ସ୍ପୋର୍ଟସ କମ୍ଲେକ୍ସ ଓ ଷ୍ଟାଡିୟମ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ହେଲେ ଏହା ମଧ୍ୟକୁ ଦର୍ଶକ ଯାଇପାରିବେ ନାହିଁ। ସବୁ ଦୋକାନ ସକାଳ ୭ଟାରୁ ୬ଟା ମଧ୍ୟରେ ଖୋଲିବ। ଲୋକମାନେ ରାସ୍ତାରେ ସକାଳ ୭ରୁ ସନ୍ଧ୍ୟା ୭ଟା ଯାତାୟାତ କରିପାରିବେ। କିନ୍ତୁ ସନ୍ଧ୍ୟା ୭ଟାରୁ ରାତି ୭ଟା ଯାଏ ସମଗ୍ର ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ।

କେନ୍ଦ୍ର ଗାଇଡଲାଇନ ଅନୁଯାୟୀ, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ ବୟସ୍କ ପିଲା ପଦାକୁ ବାହିରିପାରିବେ ନାହିଁ। ବାର, ରେଷ୍ଟୁରାଣ୍ଟ, ହୋଟେଲ, ଜିମ, ସୁଇମିଂ ପୁଲ ଓ ଧର୍ମାନୁଷ୍ଠାନ ବନ୍ଦ ରହିବ।

Related story