ଅମୃତସର: ବେକାବୁ ହୋଇଛି କିଲର କରୋନା ଭାଇରସ୍ (COVID-୧୯)। ଲୋକଙ୍କୁ ଏହି ଭାଇରସ ବାବଦରେ ଅବଗତ କରାଇବା ପାଇଁ ପଞ୍ଜାବ ସରକାର ‘COVA ପଞ୍ଜାବ’ ନାମକ ଏକ ମୋବାଇଲ୍ ଆପ୍ସର ଶୁଭାରମ୍ଭ କରିଛନ୍ତି। ଏହି ମୋବାଇଲ୍ ଆପ୍ସ ଜରିଆରେ ଜଣେ ଭ୍ରମଣ ସମ୍ବନ୍ଧୀୟ ତଥା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ବାବଦରେ ଜଣେ ଅବଗତ ହୋଇପାରିବ। ଏହାଦ୍ୱାରା ଜଣେ କରୋନା ଭାଇରସକୁ ଏଡାଇପାରିବ।
ଏହି ମୋବାଇଲ୍ ଆପ୍ସ ଜରିଆରେ ଜଣେ ବ୍ୟକ୍ତି କରୋନା ଭାଇରସର ଲକ୍ଷଣ ବାବଦରେ ଜାଣିପାରିବ। ଯାହାରି ପ୍ରାରମ୍ଭିକ ଅବସ୍ଥାରେ କରୋନାଭାଇରସକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ। ଏମିତିକି ଜଣେ ବ୍ୟକ୍ତି ନିକଟସ୍ଥ ଡାକ୍ତରଖାନା ଏବଂ ଜିଲ୍ଲାର କରୋନା ପାଇଁ ସ୍ୱତନ୍ତ୍ର ନୋଡାଲ୍ ଅଧିକାରୀଙ୍କ ବାବଦରେ ମଧ୍ୟ ସୂଚନା ପାଇପାରିବ।
ପଞ୍ଜାବ ସରକାରଙ୍କ ମୁଖ୍ୟ ସଚିବ ଭିନି ମହାଜନ ଏହି ଆପ୍ସ ଶୁଭାରମ୍ଭ ଅବସରରେ କହିଛନ୍ତି, ଲୋକମାନେ COVID-୧୯ ଭାଇରସ ବାବଦରେ ସତର୍କ ହେବା ଉଚିତ୍। ଏହି ଆପ୍ସ ଆଣ୍ଡ୍ରଏଡ୍ କିମ୍ବା ଆଇଫୋନ୍ ରୁ ଡାଉନଲୋଡ୍ ହୋଇପାରିବ।