ତିନି ଦିନ ପରେ ପୁଣି ଥରିଲା କ୍ୱେଟା, ୧୦ ଆହତ

ଇସଲାମ୍‌ବାଦ୍‌: ପାକିସ୍ତାନର କ୍ୱେଟା ସ୍ଥିତ ଅଲ-ଖୋର ହସ୍ପିଟାଲ ନିକଟରେ  ଆଜି ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ନିକଟରେ ଥିବା କୋଠାଗୁଡ଼ିକର କାଚ ଭାଙ୍ଗି ଯାଇଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ତିନି ଦିନରେ କ୍ୱେଟାରେ ଏହା ଦ୍ୱିତୀୟ ବିସ୍ଫୋରଣ। ସୂଚନାଯୋଗ୍ୟ, ଗତ ସୋମବାର କ୍ୱେଟାର ଏକ ସରକାରୀ ହସ୍ପିଟାଲରେ ହୋଇଥିବା ବୋମା ବିସ୍ଫୋରଣରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ […]

quetta

Rakesh Mallick
  • Published: Thursday, 11 August 2016
  • , Updated: 04 May 2017, 03:44 PM IST

ଇସଲାମ୍‌ବାଦ୍‌: ପାକିସ୍ତାନର କ୍ୱେଟା ସ୍ଥିତ ଅଲ-ଖୋର ହସ୍ପିଟାଲ ନିକଟରେ  ଆଜି ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ନିକଟରେ ଥିବା କୋଠାଗୁଡ଼ିକର କାଚ ଭାଙ୍ଗି ଯାଇଥିଲା।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।

ତିନି ଦିନରେ କ୍ୱେଟାରେ ଏହା ଦ୍ୱିତୀୟ ବିସ୍ଫୋରଣ।

ସୂଚନାଯୋଗ୍ୟ, ଗତ ସୋମବାର କ୍ୱେଟାର ଏକ ସରକାରୀ ହସ୍ପିଟାଲରେ ହୋଇଥିବା ବୋମା ବିସ୍ଫୋରଣରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଓକିଲ ରହିଥିଲେ।

Related story