ଚାଇନାର ଜେ-୨୦ ବନାମ ଭାରତର ରାଫେଲ

ନୂଆଦିଲ୍ଲୀ: ଭାରତ ପାଖରେ ପହଞ୍ଚି ଯାଇଛି ୫ଟି ରାଫେଲ ଯୁଦ୍ଧ ବିମାନ। ଆଉ କିଛି ସମୟ ପରେ ଏହା ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିବ। ଏହାକୁ ତୁରନ୍ତ ସୀମାରେ ମୁତୟନ କରିବାକୁ ଭାରତୀୟ ବାୟୁସେନା ମଧ୍ୟ ପ୍ରସ୍ତୁତ ରହିଛି। ରାଫେଲ ଯୁଦ୍ଧ ବିମାନ ୪.୫ ଜେନେରେସନ ହୋଇଥିବା ବେଳେ ଚାଇନା ପାଖରେ ଥିବା ଜେ-୨୦ ଯୁଦ୍ଧ ବିମାନ ୫ମ ଜେନେରସନର। ତଥାପି ଚାଇନାର ଜେ-୨୦କୁ ମାତ ଦେବା ପାଇଁ ରାଫେଲ ସକ୍ଷମ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। […]

aaaa

Hemant Lenka
  • Published: Wednesday, 29 July 2020
  • , Updated: 29 July 2020, 04:52 PM IST

ନୂଆଦିଲ୍ଲୀ: ଭାରତ ପାଖରେ ପହଞ୍ଚି ଯାଇଛି ୫ଟି ରାଫେଲ ଯୁଦ୍ଧ ବିମାନ। ଆଉ କିଛି ସମୟ ପରେ ଏହା ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିବ। ଏହାକୁ ତୁରନ୍ତ ସୀମାରେ ମୁତୟନ କରିବାକୁ ଭାରତୀୟ ବାୟୁସେନା ମଧ୍ୟ ପ୍ରସ୍ତୁତ ରହିଛି। ରାଫେଲ ଯୁଦ୍ଧ ବିମାନ ୪.୫ ଜେନେରେସନ ହୋଇଥିବା ବେଳେ ଚାଇନା ପାଖରେ ଥିବା ଜେ-୨୦ ଯୁଦ୍ଧ ବିମାନ ୫ମ ଜେନେରସନର। ତଥାପି ଚାଇନାର ଜେ-୨୦କୁ ମାତ ଦେବା ପାଇଁ ରାଫେଲ ସକ୍ଷମ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

ରାଫେଲ ହେଉଛି ମଲ୍ଟି ରୋଲ ଯୁଦ୍ଧ ବିମାନ। ଏହାକୁ ଭୂପୃଷ୍ଠରେ ସହଯୋଗ ପାଇଁ ଓ ଯୁଦ୍ଧ ତୋପକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇ ପାରିବ। ଏହି ଯୁଦ୍ଧ ବିମାନରେ ଛୋଟ ଛୋଟ ପରମାଣୁ ବୋମା ବହନ କରାଯାଇପାରିବ। ଏହାର ଓଜନ ୨୪,୫୦୦ କେଜି। ଏଥିରେ ୯,୫୦୦ କେଜିର ସାମଗ୍ରୀ ନିଆଯାଇ ପାରିବ। ୩୭୦୦ କିମି ଦୂରରୁ ଏହା ଶତ୍ରୁପକ୍ଷକୁ ଲକ୍ଷ୍ୟ ଭେଦ କରିପାରିବ। ଏହା ଘଣ୍ଟାପ୍ରତି ୧,୩୮୯ କିମି ବେଗରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରିବ।

ତେବେ ଜେ-୨୦ ତୁଳନାରେ ରାଫେଲ ଯୁଦ୍ଧ ବିମାନ ବେଶ ହାଲୁକା। ଜେ-୨୦ ୩୪ରୁ ୩୭ ହଜାର କେଜିର ସାମଗ୍ରୀ ଗୋଟିଏ ଥରରେ ପରିବହନ କରିପାରିବ। ରାଫେଲର ଲକ୍ଷ୍ୟଭେଦ କ୍ଷମତା ୩୭୦୦ କିମି ହୋଇଥିବା ବେଳେ ଜେ-୨୦ର କ୍ଷମତା ଏହା ଠାରୁ ଯଥେଷ୍ଟ କମ। ଜେ-୨୦ର ଲକ୍ଷ୍ୟ ଭେଦ କ୍ଷମତା ୧୨ଶହ କିମି ରହିଛି। ଏହାକୁ ୨୭ଶହ କିମି ଯାଏ ବୃଦ୍ଧି କରାଯାଇ ପାରିବ। ଜେ-୨୦ ଓ ରାଫେଲ ୪ଟି ଲେଖାଲ ମିଶାଇଲ ନିଜ ସହ ନେଇ ଯାଇପାରିବେ।

ଜେ-୨୦ର ଲମ୍ବା ୨୦.୩ ମିଟରରୁ ୨୦.୫ ମିଟର ମଧ୍ୟରେ ରହିଥାଏ। ଏହାର ଉଚ୍ଚତା ୪.୪୫ ମିଟର ଓ ୱିଙ୍ଗର ଚଡ଼ଣା ୧୨.୮୮ରୂ ୧୩.୫୦ ମିଟର। ହେଲେ ରାଫେଲର ଲମ୍ବ ୧୫.୩୦ ମିଟିର ଓ ଉଚ୍ଚତା ୫.୩୦ ମିଟର। ରାଫେଲ ୱିଙ୍ଗର ଚଉଡ଼ା ମାତ୍ର ୧୦.୯୦ ମିଟର। ଏହାର ଅର୍ଥ ପାହାଡ଼ିଆ ଅଞ୍ଚଳରେ ଜେ-୨୦କୁ ରାଫେଲ ମାତ ଦେଇପାରିବ।

ପାକିସ୍ତାନର ଏଫ-୧୬ ଠାରୁ ମଧ୍ୟ ରାଫେଲ ବେଶ ଶକ୍ତିଶାଳୀ। ଏଫ-୧୬ରେ ସିଙ୍ଗଲ ଇଞ୍ଜିନ ଥିବା ବେଳେ ରାଫେଲ ପାଖରେ ଡବଲ ଇଞ୍ଜିନ ରହିଛି। ସେହିପରି ଏଫ-୧୬ ୪ର୍ଥ ପିଢ଼ିର ହୋଇଥିବା ବେଳେ ରାଫେଲ ୪.୫ ପିଢ଼ିର ବିମାନ।

ଅବସରପ୍ରାପ୍ତ ଏୟାର ମାର୍ଶଲ ଆର ନାମବିୟର କହିଛନ୍ତି, ଜେ-୨୦ ଠାରୁ ରାଫେଲ ଯୁଦ୍ଧ ବିମାନ ବେଶ ଶକ୍ତିଶାଳୀ। ଜେ-୨୦କୁ ୫ମ ଜେନେରେସନର ବିମାନ କୁହାଯାଉଥିଲେ ମଧ୍ୟ ଏହ ବାସ୍ତବରେ ୩.୫ ଜେନେରେସନର ଯୁଦ୍ଧ ବିମାନ। ଆମ ସୁଖୋଇ ପାଖରେ ଯେଉଁ ଇଞ୍ଜିନ ରହିଛି, ଜେ-୨୦ରେ ସମାନ ଧରଣର ଇଞ୍ଜିନ ରହିଛି। ଯଦି ଜେ-୨୦ ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ, ତା’ହେଲେ ଚାଇନା କାହିଁକି ରୁଷ ଠାରୁ ଏସ୍‌ୟୁ ୩୫ କିଣିବାକୁ ଆଗ୍ରହ ଦେଖାଉଛି। ଚାଇନା ଏସ୍‌ୟୁ ୩୫ ଆଣିଲେ ମଧ୍ୟ ଏହା ରାଫେଲର ମୁକାବିଲା କରିବାରେ ସକ୍ଷମ ହେବନାହିଁ।

ବିଶେଷଜ୍ଞଙ୍କ ମତରେ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାକୁ ଯଥେଷ୍ଟ ଶକ୍ତିଶାଳୀ କରିବ। ଉଭୟ ଚାଇନା ଓ ପାକିସ୍ତାନର ସମସ୍ତ ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ଏହା ମାତ ଦେବାକୁ ସକ୍ଷମ। ପାକିସ୍ତାନ ପାଖରେ ଥିବା ଏଫ୍‌-୧୬ ବିମାନ ଓ ଚାଇନା ପାଖରେ ଥିବା ଜେଏଫ୍‌-୧୭ ବିମାନ ତୁଳନାରେ ଭାରତୀୟ ବାୟୁସେନା ଯେଉଁ ପଛରେ ପଡ଼ିଯାଇଥିବା କୁହାଯାଉଥିବା ତା’ର ଅଭାବ ରାଫେଲ୍‌ ପୂରଣ କରିବ।

ଚାଇନା ବ୍ୟବହାର କରୁଥିବା ଚେଙ୍ଗଡୁ ଜେ-୨୦ ରାତିରେ ବି ବେଶ ସକ୍ରିୟ ଭାବେ କାର୍ଯ୍ୟ କରିପାରିବ। ଏହି ବିମାନ ପାଖରେ ଆକାଶମାର୍ଗ ଓ ଭୂପୃଷ୍ଠରେ ଆକ୍ରମଣ କରିବାର କ୍ଷମତା ରହିଛି। ଏହାବାଦ ଟିକିନିଖି ପର୍ଯ୍ୟବେକ୍ଷଣ, ଶତ୍ରୁପକ୍ଷର ଗତିରୋଧ, ବିମାନ ବିଧ୍ୱଂସୀ ଆକ୍ରମଣ ଓ ଆଣବିକ ଅସ୍ତ୍ରକୁ ନିଷ୍କ୍ରିୟ କରିବାର କ୍ଷମତା ଜେ-୨୦ ପାଖରେ ରହିଛି।

ତେବେ ରାଫେଲ ଯୁଦ୍ଧ ବିମାନକୁ ୪.୫ ପିଢ଼ିର ବିମାନ କୁହାଯାଉଛି। କିନ୍ତୁ ଏହା ଯେ କୌଣସି ପ୍ରକାର ସାମରିକ ଅଭିଯାନକୁ ଠିକ ଭାବେ ତୁଲାଇବାର ଦକ୍ଷତା ରଖିଥିବା ବିମାନକୁ ତିଆରି କରିଥିବା ଡାସଲ୍ଟ କମ୍ପାନି ଦାବି କରିଛି।

 

Related story