ଅର୍ଥନୀତି ସୁଧାରିବାକୁ ରଘୁରାମ ରାଜନଙ୍କ ୧୦ ପରାମର୍ଶ

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଚାପ ବଢ଼ିବାରେ ଲାଗିଛି। ଅନ୍ୟ ସବୁ ପ୍ରସଙ୍ଗ ମଧ୍ୟରେ ଏହା ମଧ୍ୟ ସାରା ଦେଶରେ ଚର୍ଚ୍ଚିତ ରହିଛି। ପୂର୍ବର ୟୁପିଏ ସରକାରର ଶାସନ ସମୟରେ ଅଚ୍ଛେ ଦିନ୍‌ ଆସିବ କହି ଏନ୍‌ଡିଏ ସରକାରକୁ ଆସିଥିଲା। କିନ୍ତୁ ବଳକୁ ବେଳ ଅର୍ଥନୀତି ଓ ଦରଦାମ ଲଗାମ ଛଡ଼ା ହେବାରେ ଲାଗିଛି। ଏନେଇ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର […]

Raghuram-Rajan

Subrat Kumar Nayak
  • Published: Friday, 06 December 2019
  • , Updated: 06 December 2019, 04:17 PM IST

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଚାପ ବଢ଼ିବାରେ ଲାଗିଛି। ଅନ୍ୟ ସବୁ ପ୍ରସଙ୍ଗ ମଧ୍ୟରେ ଏହା ମଧ୍ୟ ସାରା ଦେଶରେ ଚର୍ଚ୍ଚିତ ରହିଛି। ପୂର୍ବର ୟୁପିଏ ସରକାରର ଶାସନ ସମୟରେ ଅଚ୍ଛେ ଦିନ୍‌ ଆସିବ କହି ଏନ୍‌ଡିଏ ସରକାରକୁ ଆସିଥିଲା। କିନ୍ତୁ ବଳକୁ ବେଳ ଅର୍ଥନୀତି ଓ ଦରଦାମ ଲଗାମ ଛଡ଼ା ହେବାରେ ଲାଗିଛି। ଏନେଇ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର ରଘୁରାମ ରାଜନ କିଛି ପରାମର୍ଶ ଦେଇଛନ୍ତି।

ଜମି ଅଧିଗ୍ରହଣ- ବିଶେଷ କରି ଗରିବ ରାଜ୍ୟମାନଙ୍କରେ ଜମି ଚିହ୍ନଟ ପ୍ରକ୍ରିୟା ତ୍ୱରିତ କରିବା ସହ ମାଲିକାନା ନିଶ୍ଚିତ କରିବା। ମାଲିକାନା ବଦଳ ପଞ୍ଜିକରଣ ତ୍ୱରିତ କରିବା ପାଇଁ ସ୍ୱଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କିଛି କ୍ଷେତ୍ରରେ ଜମି ଅଧିଗ୍ରହଣ ପ୍ରକ୍ରିୟା କୋହଳ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଫଳରେ ଜମି ମାଲିକଙ୍କର ମଧ୍ୟ ସ୍ୱାର୍ଥରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି।

ଶ୍ରମ- ଶ୍ରମ ଠିକାରେ ଅଧିକ କୋହଳ ମନୋଭାବ ପୋଷଣ କରିବା ଉଚିତ। ଶ୍ରମିକମାନଙ୍କୁ ଓଭରଟାଇମ୍‌ର ଫାଇଦା ଦିଆଯାଉ, ଏଥିପାଇଁ ନିଯୁକ୍ତି ସ୍ଥାୟୀ କରିବା ଆବଶ୍ୟକ ନାହିଁ। ଆବଶ୍ୟକ ସ୍ଥଳେ ଆଇନରେ ପରିବର୍ତ୍ତନ ଅଣାଯାଉ।

ବିକେନ୍ଦ୍ରିକରଣ- ମନ୍ତ୍ରୀମାନଙ୍କୁ ସଶକ୍ତ କର, ରାଜ୍ୟମାନଙ୍କୁ କାମରେ ଲଗାଅ। ପଞ୍ଚଦଶ ଅର୍ଥ କମିଶନ୍‌ର ସୁପାରିଶରେ ଦିଆଯାଇଥିବା ସର୍ତ୍ତରେ ପରିବର୍ତ୍ତନ ଆଣ। ରାଜ୍ୟଗୁଡ଼ିକର ଟିକସ ଅଂଶ କମାଅନି।

ନିବେଶ- ଟିକସରେ ସବସିଡି ଦିଅ ଏବଂ ଏହାକୁ ବୁଝିହେବା ଭଳି ଲାଗୁ କର। ପ୍ରସ୍ତାବିତ ପରିବର୍ତ୍ତନ ସର୍ବସାଧାରଣରେ ଲାଗୁ କର। ଶିଳ୍ପଗୁଡ଼ିକୁ ଏହାକୁ ଗ୍ରହଣ କରିବାକୁ ସମୟ ଦିଅ। ଏକ ସ୍ୱାଧୀନ ଅର୍ଥନୀତିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଉ, ଯାହାକି ସେମାନଙ୍କ ମଧ୍ୟରେ ସରକାରଙ୍କଠାରୁ ଝଟ୍‌କା ଲାଗିବାରୁ ବଞ୍ଚାଇ ଆତ୍ମବିଶ୍ୱାସ ସୃଷ୍ଟି କରିବ।

ବିନିବେଶ- ସମ୍ପତ୍ତି ବୃଦ୍ଧି ପାଇଁ ବିନିବେଶ ପ୍ରାଥମିକ ପ୍ରକ୍ରିୟା ନୁହେଁ। ପାରିବାରିକ ବ୍ୟବସାୟରେ ବେଶ ଦବ୍‌ଦବା ରଖିଥିବା କମ୍ପାନୀଙ୍କୁ ଏହି ସବୁ ସମ୍ପତ୍ତି ବିକ୍ରି କରାନଯାଉ।

ରିଅଲ ଇଷ୍ଟେଟ୍‌/ନିର୍ମାଣ/ଭିତ୍ତିଭୂମି- ଖିଲାପକାରୀ ବିଲଡରଙ୍କୁ ତୁରନ୍ତ ଦେବାଳିଆ ଘୋଷଣା। ଦେବାଳିଆ ଡେଭଲପରଙ୍କୁ ସୁପର ସିନିଅର ଲୋନ୍‌ ଦେଇ ପ୍ରକଳ୍ପ ସାରନ୍ତୁ।

ଏନ୍‌ବିଏଫ୍‌ସି- ଆରବିଆଇ ବୃହତ ଏନ୍‌ବିଏଫ୍‌ସିଗୁଡ଼ିକର ତୁରନ୍ତ ସମ୍ପତ୍ତି ମାନ ସମୀକ୍ଷା କରୁ। ଯଥେଷ୍ଟ ପୁଞ୍ଜି ଥିବା ଏନ୍‌ବିଏଫ୍‌ସିକୁ କ୍ଲିନ୍‌ଚିଟ୍‌ ଦିଆଯାଉ। ଏକ ନିର୍ଦ୍ଦିଷ୍ଟ ଦରରେ ସରକାରୀ ଅର୍ଥ ନିବେଶ କରାଯାଉ।

ପାୱାର- ପେୱାର ବା ଶକ୍ତି କ୍ଷେତ୍ରର ଦର ନିର୍ଦ୍ଧାରଣ ସହ ସଠିକ୍‌ ଭାବେ କଳନା କରାଯାଉ। ପାୱାର ଡିଷ୍ଟ୍ରିବ୍ୟୁଟରଙ୍କ ମଧ୍ୟରେ ପ୍ରତିଯୋଗୀତାମୂଳକ ପରିବେଶ ରହୁ।
ଟେଲିକମ୍‌- ସ୍ୱଳ୍ପ ମିଆଦୀ ଭାବେ କହିବାକୁ ଗଲେ ଟେଲିକମ୍‌ କ୍ଷେତ୍ରରେ ଯଥେଷ୍ଟ ପ୍ରତିଦ୍ୱନ୍ଦ୍ୱୀ ରହୁନ୍ତୁ। ସେହିଭଳି ରେଗୁଲେଟୋରୀ ପ୍ରକ୍ରିୟାର ମଧ୍ୟ ଯାଞ୍ଚ କରି ସେମାନଙ୍କୁ ସମାନ ସୁବିଧା ସୁଯୋଗ ମିଳୁ।

କୃଷି- ଚାଷୀଙ୍କ ପାଖରେ ମଞ୍ଜି, ଟେକ୍ନୋଲୋଜି, ଅର୍ଥ ଏବଂ ବୀମା ଆଦି ସହଜରେ ପହଞ୍ଚୁ। ଜମି ଏବଂ ଟ୍ରାକ୍ଟର ସମବାୟ ଭାବେ ବ୍ୟବହାର ଏବଂ ଲିଜିଂ ପାଇଁ ଅନୁମତି ମିଳୁ। ଚାଷୀ ଓ ଗୋଦାମ ଏବଂ ଗ୍ରାମୀଣ ଶିଳ୍ପ ଓ ଗ୍ରାହକଙ୍କ ମଧ୍ୟରେ ଯୋଗାଯୋଗ ବିକଶିତ କରାଯାଉ। ଏକର ହିସାବରେ ଚାଷୀଙ୍କୁ ଡାଇରେକ୍ଟ କ୍ୟାଶ୍‌ ଟ୍ରାନ୍ସଫର ଜରିଆରେ କ୍ଷତିପୂରଣ ଦିଆଯାଉ।

Related story