ରଘୁରାମଙ୍କୁ ଚିକାଗୋ ପଠାଇଦେବା ଦରକାର: ସୁବ୍ରମଣ୍ୟମ୍ ସ୍ୱାମୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଆଜି  ଭାରତୀୟ  ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନଙ୍କୁ  ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।  ସେ କହିଛନ୍ତି, “ରଘୁରାମଙ୍କ ନୀତି ଆମ ଦେଶ ପାଇଁ  ଠିକ୍ ନୁହେଁ।” ସେ ଆହୁରି ମଧ୍ୟ କହିଛନ୍ତି, “ମୋତେ ଲାଗୁଛି ରଘୁରାମଙ୍କ ନୀତି ଆମ ଦେଶ ପାଇଁ ଅନୁକୂଳ ନୁହେଁ। ତାଙ୍କୁ ପୁଣି ଚିକାଗୋ ପଠାଇ ଦେବା ଦରକାର।” ସେ କହିଛନ୍ତି, “ତାଙ୍କ କାର୍ଯ୍ୟ ଆମ ଦେଶପାଇଁ […]

sswamy -

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 09:33 AM IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଆଜି  ଭାରତୀୟ  ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନଙ୍କୁ  ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।  ସେ କହିଛନ୍ତି, “ରଘୁରାମଙ୍କ ନୀତି ଆମ ଦେଶ ପାଇଁ  ଠିକ୍ ନୁହେଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ମୋତେ ଲାଗୁଛି ରଘୁରାମଙ୍କ ନୀତି ଆମ ଦେଶ ପାଇଁ ଅନୁକୂଳ ନୁହେଁ। ତାଙ୍କୁ ପୁଣି ଚିକାଗୋ ପଠାଇ ଦେବା ଦରକାର।”

ସେ କହିଛନ୍ତି, “ତାଙ୍କ କାର୍ଯ୍ୟ ଆମ ଦେଶପାଇଁ ହିତ କର ନୁହେଁ। ରଘୁରାମ ରାଜନଙ୍କ ଯୋଗୁଁ ଆମ ଦେଶର କ୍ଷତି ହେଉଛି। ତାଙ୍କ ଦ୍ୱାରା ବେକାରୀ ବଢ଼ୁଛି। ତାଙ୍କୁ ଯେତେ ଶୀଘ୍ର ହେବ ଚିକାଗୋ ପଠାଇଦେବା ଦରକାର।”

ସୁବ୍ରମଣ୍ୟମ୍ ଦେଶର ଖରାପ ସ୍ଥିତି ପାଇଁ ରଘୁରାମଙ୍କୁ ଦାୟୀ କରିଛନ୍ତି। ମୁଦ୍ରାସ୍ପୀତି ନାଁରେ ଦେଶର ସୁଧ ହାରକୁ ବଢ଼ାଇ  ଦିଆଗଲା। ଏହାର ପ୍ରଭାବ ଏବେ ଦେଶ ଉପରେ ପଡୁଛି।

Related story