ମୋଦିଙ୍କ ପାଖରେ କୌଣସି ପ୍ରସଙ୍ଗରେ ସବିଶେଷ ତଥ୍ୟ ନାହିଁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସବିଶେଷ ତଥ୍ୟ ରହୁ ନାହିଁ। କେରଳ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଥିଲେ। ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଜନୀତି ଏକ ଇଭେଣ୍ଟ୍। ତାଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟେ। ତାହାକୁ ସେ ଗଣମାଧ୍ୟମ ମାଧ୍ୟମରେ ସେଲିବ୍ରେଟ୍ କରନ୍ତି। ତା’ପରେ ସେ ଅନ୍ୟ ଏକ […]

rahul

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 12:06 PM IST

ନୂଆଦିଲ୍ଲୀ: କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସବିଶେଷ ତଥ୍ୟ ରହୁ ନାହିଁ। କେରଳ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଥିଲେ।

ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଜନୀତି ଏକ ଇଭେଣ୍ଟ୍। ତାଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟେ। ତାହାକୁ ସେ ଗଣମାଧ୍ୟମ ମାଧ୍ୟମରେ ସେଲିବ୍ରେଟ୍ କରନ୍ତି। ତା’ପରେ ସେ ଅନ୍ୟ ଏକ ଯୋଜନା ପ୍ରସ୍ତୁତ କରନ୍ତି। ତାଙ୍କ ବିଚାର କେବେ ବି ବାସ୍ତବ ରୂପ ନେଇ ନାହିଁ। ତାଙ୍କ ବିଚାରରୁ ଦେଶର ସାଧାରଣ ଲୋକଙ୍କୁ କୌଣସି ସୁଫଳ ମିଳେ ନାହିଁ।

ତିରୁଅନନ୍ତପୁରମ୍‌ରେ କେରଳ ପିସିସି ଏକ୍ଜିକ୍ୟୁଟିଭ୍ ମିଟିଙ୍ଗରେ ରହୁଲ କହିଥିଲେ, ବିହାରରେ ବିଜେପିକୁ ଆମେ ହରାଇବାରେ ସଫଳ ହୋଇଛୁ।  ଯେତେବେଳେ ବିହାର ବିଧାନସଭା ଫଳାଫଳ ଆସିଲେ ସେତେବେଳେ ସମସ୍ତେ ହତଚକିତ ହୋଇଗଲେ। କଂଗ୍ରେସ ଏକ ପରିବାର ଭଳି। ଆମକୁ ଏକାଠି ମିଶି କାମ କରିବାକୁ ହେବ।

Related story