ମୋଦି ସରକାରକୁ ଟାର୍ଗେଟ କରିବାକୁ ଯାଇ ସେଲ୍ଫ ଗୋଲ୍ ହେଲେ ରାହୁଲ୍ ଗାନ୍ଧି
ନୂଆଦିଲ୍ଲୀ: ସେନା ବାହିନୀ ନିଯୁକ୍ତିରେ ମହିଳା ଓ ପୁରୁଷ ସମାନ। ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇବା ପରେ ମୋଦି ସରକାରକୁ ଟୁଇଟ୍ କରି ଟାର୍ଗେଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଯାହାକି ତାଙ୍କ ପାଇଁ ସେଲ୍ପ ଗୋଲ ବା ଆତ୍ମଘାତୀ ହୋଇଛି। କାରଣ ୨୦୧୦ରେ କଂଗ୍ରେସ ସରକାର ମଧ୍ୟ ସେନାରେ ମହିଳାଙ୍କ ନିଯୁକ୍ତି ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ରଖିଥିଲା ମୋଦି ସରକାରଙ୍କ ଭଳି। ସେତେବେଳେ ଏଭଳି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ।
ପୂର୍ବରୁ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସେନା ବାହିନୀରେ ମହିଳା ଅଫିସରମାନଙ୍କୁ ସେନା ବାହିନୀରେ ପୁରୁଷ ଅଧିକାରୀଙ୍କ ପରି ସ୍ଥାୟୀ କମାଣ୍ଡିଂ ପଦପଦବୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ସୁପ୍ରିମକୋର୍ଟ କେନ୍ଦ୍ରର ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ପୁରୁଷଙ୍କ ଭଳି ସେନାରେ ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ। ସେନା ବାହିନୀରେ ସର୍ବଦା ସମାନତା ରହିବା ଦରକାର ବୋଲି ମଧ୍ୟ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ ୩ ମାସ ସମୟ ଦେଇଛନ୍ତି।
However the appeal against the Delhi HC decision that had granted this benefit to women officers was filed in 2010, when the current govt was not in power. That said, it's my sincere belief that such issues and judicial verdicts must not be politicised.https://t.co/r6S2cox3gB
— Navdeep Singh (@SinghNavdeep) February 17, 2020
ଏହାପରେ ରାହୁଲ ଗାନ୍ଧି ଟୁଇଟ୍ କରି କହିଥିଲେ, ମହିଳାଙ୍କ ନିଯୁକ୍ତି ନେଇ ମୋଦି ସରକାର ଯେଉଁ ଆଭିମୁଖ୍ୟ କୋର୍ଟରେ ରଖିଛନ୍ତି ତାହା ମହିଳାଙ୍କୁ ଅପମାନ ସଦୃଶ। ଏହାପରେ ହାଇକୋର୍ଟ ଓକିଲ ନବଦୀପ ସିଂହ ଟୁଇଟ୍ କରି କହିଛନ୍ତି, ୨୦୧୦ରେ କଂଗ୍ରେସ ସରକାର ମଧ୍ୟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ କୋର୍ଟ କହିଥିଲେ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।