ହରିଆଣା ସୀମାରେ ରାହୁଲ ଗାନ୍ଧିଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଲା ପୁଲିସ୍‌, ଆଉ ତା’ ପରେ...

ଚଣ୍ଡିଗଡ଼: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ଟ୍ରାକ୍ଟର ରାଲି ଆରମ୍ଭ କରାଯାଇଛି। ଦୁଇ ଦିନ ତଳେ ରାହୁଲ ଗାନ୍ଧି ପଞ୍ଜାବରୁ ବିଧିବଦ୍ଧ ଭାବେ ଏହି ଟ୍ରାକ୍ଟର ରାଲିର ଶୁଭାରମ୍ଭ କରିଥିଲେ। ନିଜ ରାହୁଲ ଟ୍ରାକ୍ଟର୍‌ରେ ବସି ଚାଷୀଙ୍କ ପାଖରେ ପହଞ୍ଚୁଛନ୍ତି ଓ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ ମଧ୍ୟ କରୁଛନ୍ତି। ତେବେ ଆଜି ହରିଆଣା ସୀମାରେ ରାହୁଲଙ୍କ ଟ୍ରାକ୍ଟର ରାଲିକୁ ସ୍ଥାନୀୟ ପୁଲିସ୍‌ କିଛି ସମୟ ପାଇଁ ଅଟକାଇଥିଲା। […]

yu

Hemant Lenka
  • Published: Tuesday, 06 October 2020
  • , Updated: 06 October 2020, 06:27 PM IST

ଚଣ୍ଡିଗଡ଼: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ଟ୍ରାକ୍ଟର ରାଲି ଆରମ୍ଭ କରାଯାଇଛି। ଦୁଇ ଦିନ ତଳେ ରାହୁଲ ଗାନ୍ଧି ପଞ୍ଜାବରୁ ବିଧିବଦ୍ଧ ଭାବେ ଏହି ଟ୍ରାକ୍ଟର ରାଲିର ଶୁଭାରମ୍ଭ କରିଥିଲେ। ନିଜ ରାହୁଲ ଟ୍ରାକ୍ଟର୍‌ରେ ବସି ଚାଷୀଙ୍କ ପାଖରେ ପହଞ୍ଚୁଛନ୍ତି ଓ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ ମଧ୍ୟ କରୁଛନ୍ତି।

ତେବେ ଆଜି ହରିଆଣା ସୀମାରେ ରାହୁଲଙ୍କ ଟ୍ରାକ୍ଟର ରାଲିକୁ ସ୍ଥାନୀୟ ପୁଲିସ୍‌ କିଛି ସମୟ ପାଇଁ ଅଟକାଇଥିଲା। ଏହି ସମୟରେ ରାହୁଲ କହିଥିଲେ ଯେ ପୁଲିସ୍‌ ଆମକୁ ଅଟକାଇଲେ କିଛି ବି ଫରକ ପଡ଼ୁନାହିଁ। ଆମେ ଏଠାରେ ୫୦୦ ଘଣ୍ଟା କାଳ ଅପେକ୍ଷା କରିବାକୁ ପ୍ରସ୍ତୁତ ରହିଛୁ। କିଛି ସମୟ ପୁଲିସ୍‌ ଅଟକାଇବା ପରେ ଶେଷରେ ରାହୁଲଙ୍କ ଟ୍ରାକ୍ଟର ରାଲିକୁ ରାଜ୍ୟ ମଧ୍ୟକୁ ପ୍ରବେଶ ପାଇଁ ହରିଆଣା ସରକାର ଅନୁମତି ଦେଇଥିଲେ। ହେଲେ ରାହୁଲଙ୍କ ସହ ରହିଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ କେବଳ କିଛି ଜଣଙ୍କୁ ପ୍ରବେଶ ଅନୁମତି ମିଳିଥିଲା।

ଟ୍ରାକ୍ଟରରେ ବସିଥିବା ରାହୁଲ ଗାନ୍ଧି କହିଛନ୍ତି, “ସେମାନେ ଆମକୁ ହରିଆଣା ସୀମାରେ ଅଟକାଇଥିଲେ। ମୁଁ ଏଠାରେ ସୀମା ଖୋଲା ଯିବା ଯାଏ ବସି ରହିବି। ଯଦି ସୀମାକୁ ଖୋଲିବାକୁ ୨ ଘଣ୍ଟା, ୬ ଘଣ୍ଟା, ୧୦ ଘଣ୍ଟା, ୨୪ ଘଣ୍ଟା, ୪୮ ଘଣ୍ଟା, ୧୦୦ ଘଣ୍ଟା, ୨୦୦ ଘଣ୍ଟା, ୨୦୦ ଘଣ୍ଟା କିମ୍ବା ୫୦୦ ଘଣ୍ଟା ସମୟ ଲାଗିଲେ ମଧ୍ୟ ମୁଁ ଏଠାରେ ହିଁ ବସିବି। ଯେତେ ଘଣ୍ଟା ଲାଗିଲେ ମଧ୍ୟ ମୁଁ ଏଠାରୁ ହଟିବି ନାହିଁ। ସେମାନେ ସୀମା ଯେତେବେଳେ ଖୋଲିବେ, ମୁଁ ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା ଆରମ୍ଭ କରିବି। ସେ ଯାଏ ମୁଁ ଶାନ୍ତିପୂର୍ଣ୍ଣ ଭାବେ ଏଠାରେ ଅପେକ୍ଷା କରିବି।”

କଂଗ୍ରେସ କର୍ମୀଙ୍କ ସହ ରାହୁଲ ହରିଆଣାରେ ପ୍ରବେଶ କରିବା ବେଳେ ପୁଲିସ୍‌ ବ୍ୟାରିକେଡ ଲଗାଇ ଅଟକାଇଥିଲେ। କଂଗ୍ରେସ କର୍ମୀମାନେ ଏହାକୁ ଠେଲିବାକୁ ଚେଷ୍ଟା କରିବା ସହ ନାରାବାଜୀ କରିଥିଲେ। ଏହି ସମୟରେ କିଛି ସମୟ ପାଇଁ ପୁଲିସ୍‌ ସହ ସେମାନଙ୍କର ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। କିଛି ସମୟରେ ହରିଆଣା ସରକାର ରାହୁଲ ଗାନ୍ଧିଙ୍କ ସହ ୧୦୦ ଜଣ କର୍ମୀ ଓ ୩ଟି ଟ୍ରାକ୍ଟରକୁ ଛାଡ଼ିବାକୁ ଅନୁମତି ଦେଇଥିଲେ।

Related story