ୱାୟନାଡ଼ରେ ରାହୁଲ ଗାନ୍ଧି ବନାମ ରାହୁଲ ଗାନ୍ଧି ଲଢ଼େଇ

ଥିରୁଭନନ୍ତପୁରମ୍‌: ଏଥରର ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦୁଇଟି ଆସନରୁ ଲଢ଼ୁଥିବାବେଳେ ଏହା ଅନ୍ୟ ଏକ କାରଣରୁ ମଧ୍ୟ ସ୍ୱତନ୍ତ୍ର। ରାହୁଲ ଉତ୍ତରପ୍ରଦେଶର ଆମେଠି ଏବଂ କେରଳର ୱାୟନାଡ଼ ଦୁଇଟି ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ୱାୟନାଡ଼ରେ ତାଙ୍କ ନାମ ସହ ସମାନତା ଥିବା ୩ ଜଣ ପ୍ରାର୍ଥୀ ତାଙ୍କ ବିରୋଧରେ ଛିଡ଼ା ହେବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ଜଣଙ୍କ ନାମ […]

rahul

Subrat Kumar Nayak
  • Published: Saturday, 06 April 2019
  • , Updated: 06 April 2019, 10:17 PM IST

ଥିରୁଭନନ୍ତପୁରମ୍‌: ଏଥରର ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦୁଇଟି ଆସନରୁ ଲଢ଼ୁଥିବାବେଳେ ଏହା ଅନ୍ୟ ଏକ କାରଣରୁ ମଧ୍ୟ ସ୍ୱତନ୍ତ୍ର। ରାହୁଲ ଉତ୍ତରପ୍ରଦେଶର ଆମେଠି ଏବଂ କେରଳର ୱାୟନାଡ଼ ଦୁଇଟି ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ୱାୟନାଡ଼ରେ ତାଙ୍କ ନାମ ସହ ସମାନତା ଥିବା ୩ ଜଣ ପ୍ରାର୍ଥୀ ତାଙ୍କ ବିରୋଧରେ ଛିଡ଼ା ହେବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏହି ପ୍ରାର୍ଥୀଙ୍କ ମଧ୍ୟରେ ଜଣଙ୍କ ନାମ ହେଉଛି କେ.ଇ. ରାହୁଲ ଗାନ୍ଧି। ତାଙ୍କ ଘର କେରଳର କୋଟ୍ଟୟମ୍‌ ଜିଲ୍ଲାରେ। ଅନ୍ୟଜଣକ ହେଉଛନ୍ତି କେ ରାଘୁଲ ଗାନ୍ଧି ଯେକି କୋଏମ୍ବାଟୁର ଅଞ୍ଚଳର। ଏହି ବ୍ୟକ୍ତି ଜଣକ 'ଆଗିଲା ଇଣ୍ଡିଆ ମକ୍କାଲ କାଝଗମ୍‌' ପାର୍ଟିର ସଦସ୍ୟ। ତୃତୀୟ ବ୍ୟକ୍ତି ଜଣକ ଜଣେ ସ୍ୱାଧୀନ ପ୍ରାର୍ଥୀ ଏବଂ ସେ ମଧ୍ୟ ଗାନ୍ଧି। ଏହି ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ କେଏମ୍‌ ଶିବପ୍ରସାଦ ଗାନ୍ଧି ବୋଲି ଜଣାପଡ଼ିଛି।

ସତ୍ୟପାଠ ଅନୁଯାୟୀ କେ.ଇ.ରାହୁଲ ଗାନ୍ଧି ଭାଷା ସାହିତ୍ୟରେ ଏମ୍‌ଫିଲ୍ ଡିଗ୍ରୀଧାରୀ। ସେ ଜଣେ ସମାଜସେବୀ କିନ୍ତୁ ତାଙ୍କର କୌଣସି ପ୍ୟାନ୍‌ କାର୍ଡ ନାହିଁ। ତାଙ୍କ ପତ୍ନୀ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ତାଙ୍କର ପ୍ୟାନ୍‌ କାର୍ଡ ଅଛି। ଉଭୟଙ୍କ ନାମରେ କିଛି ମଧ୍ୟ ଋଣ ନାହିଁ, ହାତରେ ନଗଦ ୫ ହଜାର ଟଙ୍କା ଏବଂ ବ୍ୟାଙ୍କରେ ୫୧୫ ଟଙ୍କାର ଡିପୋଜିଟ ଅଛି। ସେମାନଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ।

କେ ରାଘୁଲ ଗାନ୍ଧି ଜଣେ ରିପୋର୍ଟର। ତାଙ୍କ ସ୍ତ୍ରୀ ଜଣେ ଡେଣ୍ଟାଲ ଟେକ୍ନିସିଆନ୍‌। ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି ଯେ ସେ ଗତ ଆର୍ଥିକ ବର୍ଷରେ ୧,୯୯,୦୦୦ ଟଙ୍କା ଆୟ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ୨ ଲକ୍ଷ ଟଙ୍କା ଆୟ କରିଛନ୍ତି। ସେମାନଙ୍କ ନାମରେ ୧,୪୦,୦୦୦ ଟଙ୍କାର ଋଣ ଅଛି।

ଆଉ କେଏମ୍‌ ଶିବପ୍ରସାଦ ଗାନ୍ଧି ଜଣ ସଂସ୍କୃତ ଶିକ୍ଷକ। ତାଙ୍କ ପତ୍ନୀ ଜଣେ କମ୍ପ୍ୟୁଟର ଅପରେଟର ଏବଂ ଉଭୟ ଆୟକର ଦେଉଛନ୍ତି। ଉଭୟଙ୍କ ନାମରେ ସମ୍ପତ୍ତି ଅଛି ଏବଂ ଋଣ ମଧ୍ୟ ଅଛି।

Related story