ସ୍ମୃତି ଇରାନୀଙ୍କୁ ପଛରେ ପକାଇଲେ ରାହୁଲ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଗଣତି ଯେତିକି ବଢ଼ୁଛି ସଂଖ୍ୟାର ଖେଳ ମଧ୍ୟ ସେତିକି ବଦଳୁଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଠି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପଛରେ ରହିଥିଲେ। ହେଲେ ଏବେ କାର ଟ୍ରେଣ୍ଡ ଅନୁଯାୟୀ ରାହୁଲ ଗାନ୍ଧି ଆଗରେ ରହିଛନ୍ତି। ସେ ସ୍ମୃତି ଇରାନୀଙ୍କ ଠାରୁ ୧ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ରାହୁଲ ଚଳିତ ଥର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆମେଠି ବ୍ୟତୀତ ରାହୁଲ […]

Rahul

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 10:10 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଗଣତି ଯେତିକି ବଢ଼ୁଛି ସଂଖ୍ୟାର ଖେଳ ମଧ୍ୟ ସେତିକି ବଦଳୁଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଠି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପଛରେ ରହିଥିଲେ। ହେଲେ ଏବେ କାର ଟ୍ରେଣ୍ଡ ଅନୁଯାୟୀ ରାହୁଲ ଗାନ୍ଧି ଆଗରେ ରହିଛନ୍ତି। ସେ ସ୍ମୃତି ଇରାନୀଙ୍କ ଠାରୁ ୧ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି।

ରାହୁଲ ଚଳିତ ଥର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆମେଠି ବ୍ୟତୀତ ରାହୁଲ କେରଳର ୱାୟନାଡ଼ରୁ ଲଢ଼ୁଛନ୍ତି। ଏହି ଆସନରେ ରାହୁଲ ପ୍ରତିପକ୍ଷ ବାମପନ୍ଥୀ ଓ ଏନ୍‌ଡିଏ ପ୍ରାର୍ଥୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି।

Related story