ପିଟ୍ରୋଡ଼ା ଭୁଲ କରିଛନ୍ତି, କ୍ଷମା ମାଗନ୍ତୁ ବୋଲି କହିଲେ ରାହୁଲ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ଦଙ୍ଗା ଘଟଣାକୁ ‘ହେଲା ତ ହେଲା କ’ଣ ହେଲା’ ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ସାମ ପିଟ୍ରୋଡ଼ାଙ୍କୁ ଆଜି ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଟିଭି ଚ୍ୟାନେଲ ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି, “ପିଟ୍ରୋଡ଼ା ଭୁଲ କରିଛନ୍ତି। ୧୯୮୪ ଘଟଣାକୁ ନେଇ ବିତର୍କ ହେବା ଠିକ୍‌ ନୁହେଁ। ଯେଉଁମାନେ ବି ହିଂସା ସୃଷ୍ଟି କରିଛନ୍ତି, ସେମାନେ ଦଣ୍ଡିତ ହେବା ଦରକାର।” ଏହା ପୂର୍ବରୁ […]

w

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 03:07 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ଦଙ୍ଗା ଘଟଣାକୁ 'ହେଲା ତ ହେଲା କ’ଣ ହେଲା' ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ସାମ ପିଟ୍ରୋଡ଼ାଙ୍କୁ ଆଜି ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଟିଭି ଚ୍ୟାନେଲ ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି, “ପିଟ୍ରୋଡ଼ା ଭୁଲ କରିଛନ୍ତି। ୧୯୮୪ ଘଟଣାକୁ ନେଇ ବିତର୍କ ହେବା ଠିକ୍‌ ନୁହେଁ। ଯେଉଁମାନେ ବି ହିଂସା ସୃଷ୍ଟି କରିଛନ୍ତି, ସେମାନେ ଦଣ୍ଡିତ ହେବା ଦରକାର।”

ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ଫେସବୁକ୍‌ ପୋଷ୍ଟରେ ପିଟ୍ରୋଡ଼ାଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ। ସେ କହିଥିଲେ, “ପିଟ୍ରୋଡ଼ା ଯାହା ବି କହିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ସେ ଆମ ଦଳର ଲାଇନ ଡେଇଁ ଏଭଳି ବୟାନ ଦେଇଛନ୍ତି। ମୁଁ ସିଧାସଳଖ ଏନେଇ ତାଙ୍କ ସହ କଥା ହେବି। ସେ ଏଭଳି ବୟାନ ପାଇଁ ସେ କ୍ଷମା ମାଗିବା ଦରକାର।”

ଗୁରୁବାର ଦିନ ସାମ୍ବାଦିକମାନେ ୧୯୮୪ ମସିହାର ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କରେ ପ୍ରଶ୍ନ କରିବାରୁ ପିଟ୍ରୋଡ଼ା ଉତ୍ତେଜିତ ହୋଇ ଦଙ୍ଗା ହେଲା ତ କ’ଣ ହେଲା (ହୁଆ ତ ହୁଆ) ବୋଲି କହିଥିଲେ। ଏହି ମନ୍ତବ୍ୟକୁ ନେଇ କଂଗ୍ରେସକୁ ବିଜେପି ଘେରିବା ଆରମ୍ଭ କରିଥିଲା। ଏହି ବିଵାଦ ବଢ଼ିବା ପରେ ପିଟ୍ରୋଡ଼ା ଗତକାଲି କ୍ଷମା ମାଗିଥିଲେ।

Related story