ପୁଣିଥରେ ହାଥରସ ଅଭିମୁଖେ ବାହାରିଲେ ରାହୁଲ ଓ ପ୍ରିୟଙ୍କା, ଦିଲ୍ଲୀ-ୟୁପି ସୀମାରେ ବ୍ୟାରିକେଡ୍‌

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପୁଣିଥରେ ବାହାରିଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଦୁଇ ଦିନ ତଳେ ଉଭୟ ସମାନ ଢଙ୍ଗରେ ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲେ। ହେଲେ ଗ୍ରେଟର ନୋଏଡା ଠାରେ ସେମାନଙ୍କୁ ପୁଲିସ୍‌ ଅଟକାଇ ଦେଇଥିଲା। ଉଭୟ ରାହୁଲ ଓ ପ୍ରିୟଙ୍କା ଚାଲିଚାଲି ଯମୁନା ଏକ୍ସପ୍ରେସ ୱେ ଆଡ଼କୁ ଯାଉଥିବା ବେଳେ ପୁଲିସ୍‌ ସହ ଖଣ୍ଡଯୁଦ୍ଧ ହୋଇଥିଲା। ଏପରି […]

ha

Hemant Lenka
  • Published: Saturday, 03 October 2020
  • , Updated: 03 October 2020, 03:42 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପୁଣିଥରେ ବାହାରିଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଦୁଇ ଦିନ ତଳେ ଉଭୟ ସମାନ ଢଙ୍ଗରେ ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲେ। ହେଲେ ଗ୍ରେଟର ନୋଏଡା ଠାରେ ସେମାନଙ୍କୁ ପୁଲିସ୍‌ ଅଟକାଇ ଦେଇଥିଲା।

ଉଭୟ ରାହୁଲ ଓ ପ୍ରିୟଙ୍କା ଚାଲିଚାଲି ଯମୁନା ଏକ୍ସପ୍ରେସ ୱେ ଆଡ଼କୁ ଯାଉଥିବା ବେଳେ ପୁଲିସ୍‌ ସହ ଖଣ୍ଡଯୁଦ୍ଧ ହୋଇଥିଲା। ଏପରି କି ରାହୁଲ ଗାନ୍ଧି ଏହି ଧସ୍ତାଧସ୍ତି ବେଳେ ତଳେ ପଡ଼ି ଯାଇଥିଲେ।

ତଥାପି ଆଜି ରାହୁଲ ଓ ପ୍ରିୟଙ୍କା ଶତାଧିକ କଂଗ୍ରେସ କର୍ମୀଙ୍କ ସହ ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଦିଲ୍ଲୀର ୧୦ ଜନପଥରୁ କାର୍‌ ଯୋଗେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସୀମାକୁ ବ୍ୟାରିକେଡ୍‌ କରିଦିଆଯାଇଛି। ସୀମାରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। କଂଗ୍ରେସ କର୍ମୀମାନେ ସୀମାରେ ଉପସ୍ଥିତ ଥିବାରୁ ଟ୍ରାଫିକ ଜାମ ଦେଖିବାକୁ ମିଳିଛି।

ରାହୁଲ ଦିନ ୨.୩୦ରେ ଭଉଣୀ ପ୍ରିୟଙ୍କାଙ୍କୁ ଧରି ଇନୋଭାରେ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରିୟଙ୍କା କହିଛନ୍ତି, ଅସନ୍ତୋଷରେ ରହିଥିବା ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କ ଦୁଃଖ ଶୁଣିବାକୁ ଯିବା ବେଳେ ଦୁନିଆର କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ଯଦି ଏଥର ବି ଆମକୁ ରୋକା ଯାଏ, ତା’ହେଲେ ଆମେ ପୁଣିଥରେ ସେଠାକୁ ଯିବାକୁ ଚେଷ୍ଟା କରିବୁ।

ସୂଚନା ଅନୁଯାୟୀ, ଏଥର ମଧ୍ୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ହାଥରସ ଯିବାକୁ ଅନୁମତି ମିଳିବ ନାହିଁ। ଦିଲ୍ଲୀ-ନୋଏଡା ସୀମାରେ ସେମାନଙ୍କୁ ପୁଲିସ୍‌ ଅଟକାଇ। କାରଣ ରାହୁଲ ଓ ପ୍ରିୟଙ୍କାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏବେ ଠାରୁ ହିଁ ସେଠାରେ ବ୍ୟାପକ ସଂଖ୍ୟକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Related story