ଗରିବଙ୍କୁ ୭୨ ହଜାର ଟଙ୍କା କେମିତି ଦେବେ, ତା'ର ଉତ୍ତର ଦେଲେ ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବା ପାଇଁ ଯୁବ ଭୋଟର ପାଲଟିଛନ୍ତି ସବୁ ରାଜନୀତିକ ଦଳର ପ୍ରଥମ ପସନ୍ଦ। ଚେନ୍ନାଇ ପରେ ମହାରାଷ୍ଟ୍ରର ପୁଣେର ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଜରିଆରେ ଦଳ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।   ଏହି ଅବସରରେ ରାହୁଲଙ୍କୁ ଜଣେ ଛାତ୍ର ପଚାରିଥିଲେ ‘ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଅନୁଯାୟୀ ଯଦି ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବେ, ଏହି […]

rahul_gandhi_Jan11

Subhransu Sekhar
  • Published: Friday, 05 April 2019
  • , Updated: 05 April 2019, 02:36 PM IST
ନୂଆଦିଲ୍ଲୀ: ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବା ପାଇଁ ଯୁବ ଭୋଟର ପାଲଟିଛନ୍ତି ସବୁ ରାଜନୀତିକ ଦଳର ପ୍ରଥମ ପସନ୍ଦ। ଚେନ୍ନାଇ ପରେ ମହାରାଷ୍ଟ୍ରର ପୁଣେର ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଜରିଆରେ ଦଳ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
 
ଏହି ଅବସରରେ ରାହୁଲଙ୍କୁ ଜଣେ ଛାତ୍ର ପଚାରିଥିଲେ ‘ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଅନୁଯାୟୀ ଯଦି ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବେ, ଏହି ଫଣ୍ଡ କେଉଁଠୁ ଆସିବ?’ ଜବାବରେ ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଅନୀଲ ଅମ୍ବାନୀ, ନିରବ ମୋଦି, ମେହୁଲ ଚୋକସି, ବିଜୟ ମାଲ୍ୟାଙ୍କ ପକେଟରୁ ଟଙ୍କା ଆଣି ଗରିବଙ୍କୁ ଦେବ। ତେବେ ମଧ୍ୟମବର୍ଗ ଉପରେ ଟ୍ୟାକ୍ସ ବୋଝ ଅଧିକ ହେବ ନାହିଁ ବୋଲି ସେ କହିଛନ୍ତି।
 
ରାହୁଲ କହିଛନ୍ତି, ପଇସା କେଉଁଠୁ ଆସିବ ଏବଂ କେମିତି ଲୋକଙ୍କୁ ଦିଆଯିବ, ଦଳ ତା'ର ସବୁ ହିସାବ କରିସାରିଛି। ପ୍ରଥମେ ଏହା ପାଇଲଟ ପ୍ରୋଜେକ୍ଚ ଭାବେ ଲାଗୁ ହେବ ଏବଂ ଏହାପରେ ସମସ୍ତ ଦେଶରେ ଲାଗୁ ହେବ ବୋଲି ସେ କହିଛନ୍ତି।

ରୋଜଗାର ପ୍ରସଙ୍ଗରେ ସେ କହିଛନ୍ତି ପ୍ରତି ଦିନ ୨୭ ହଜାର ଚାକିରି ଆମ ଦେଶର ଯୁବକ ହରାଉଛନ୍ତି। ହେଲେ ଚାଇନା ରୋଜଗାର ଦେବାରେ ଆଗକୁ ବଢ଼ୁଛି, କ୍ଷମତାକୁ ଆସିଲେ ଚାଇନା ଶୈଳୀରେ ଭାରତରେ ନିଯୁକ୍ତି ହାର ବଢ଼ାଯିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ବେଳେ କହିଛନ୍ତି।
 
ବିମୁମୁଦ୍ରାକରଣ ଏବଂ ଜିଏସଟି ପାଇଁ ଦେଶର ଅର୍ଥ ବ୍ୟବସ୍ଥା ପଛରେ ପଡ଼ିଛି। ଅର୍ଥ ବ୍ୟବସ୍ଥାକୁ ଠିକ ବାଟକୁ ଆଣିବା ପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି ସେ ଦୋହରାଇଛନ୍ତି।
 
ସୂଚନାଯୋଗ୍ୟ, କଂଗ୍ରେସ ତା'ର ନିର୍ବାଚନୀ ଇସ୍ତାହାରରେ ଚାଷୀ, ଗରିବ, ସେନା ଆଦି ସମସ୍ତଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି। ଦେଶର ୨୦ ପ୍ରତିଶତ ଗରିବଙ୍କୁ ମାସିକ ୬ ହଜାର ଟଙ୍କା ଓ ବାର୍ଷିକ ୭୨ ହଜାର ଟଙ୍କା ଦେବ ବୋଲି ନିର୍ବାଚନୀ ଇସ୍ତାହାରରେ କହିଛି। ଯାହାକୁ ନେଇ ଶାସକ ଦଳ ବିଜେପି ଓ ଅନ୍ୟାନ୍ୟ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି।

Related story