ରାଫେଲକୁ ନେଇ କେନ୍ଦ୍ରକୁ ତିନୋଟି ପ୍ରଶ୍ନର ଜବାବ ମାଗିଲେ ରାହୁଲ

ନୂଆଦିଲ୍ଲୀ: ଫ୍ରାନ୍ସର ମେରିନାକରୁ ଆସିଥିବା ୫ଟି ମଧ୍ୟମ ମଲ୍ଟି ରୋଲ୍ ରାଫେଲ୍ ଯୁଦ୍ଧ ବିମାନ ବୁଧବାର ହରିୟାଣାର ଅମ୍ବାଲାସ୍ଥିତ ଏୟାରବେସରେ ସୁରକ୍ଷିତ ଭାବରେ ଅବତରଣ କରିଛି। ରାଫେଲ ଭାରତରେ ପହଞ୍ଚିବା ପରେ ବିରୋଧୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ୨୦୧୯ ସାଧାରଣ ନିର୍ବାଚନର ୧୪ ମାସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଫେଲ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାହୁଲ ଗାନ୍ଧୀ ରାଫେଲ ବିଷୟରେ ଟ୍ୱିଟ କରିଛନ୍ତି। ସେ ନିଜ ଟ୍ୱିଟରେ ଭାରତୀୟ ବାୟୁସେନା […]

Rafale

Rafale

Subhransu Sekhar
  • Published: Wednesday, 29 July 2020
  • Updated: 29 July 2020, 11:09 PM IST

Sports

Latest News

ନୂଆଦିଲ୍ଲୀ: ଫ୍ରାନ୍ସର ମେରିନାକରୁ ଆସିଥିବା ୫ଟି ମଧ୍ୟମ ମଲ୍ଟି ରୋଲ୍ ରାଫେଲ୍ ଯୁଦ୍ଧ ବିମାନ ବୁଧବାର ହରିୟାଣାର ଅମ୍ବାଲାସ୍ଥିତ ଏୟାରବେସରେ ସୁରକ୍ଷିତ ଭାବରେ ଅବତରଣ କରିଛି। ରାଫେଲ ଭାରତରେ ପହଞ୍ଚିବା ପରେ ବିରୋଧୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ୨୦୧୯ ସାଧାରଣ ନିର୍ବାଚନର ୧୪ ମାସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଫେଲ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ରାହୁଲ ଗାନ୍ଧୀ ରାଫେଲ ବିଷୟରେ ଟ୍ୱିଟ କରିଛନ୍ତି। ସେ ନିଜ ଟ୍ୱିଟରେ ଭାରତୀୟ ବାୟୁସେନା (IAF) କୁ ରାଫେଲ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ କେନ୍ଦ୍ର ସରକାରକୁ ତିନୋଟି ପ୍ରଶ୍ନର ଜବାବ ମାଗିଛନ୍ତି। ୫୨୬ କୋଟି ଟଙ୍କାର ରାଫେଲ ୧୬୭୦ କୋଟିରେ କାହିଁକି କିଣାଗଲା? ଅନିଲ ଅମ୍ବାନୀ କାହିଁକି ୩୦ ହଜାର କୋଟିର ଚୁକ୍ତି ପାଇଲେ? ୧୨୬ ରାଫେଲ ଜାଗାରେ ୩୬ଟି କାହିଁକି କିଣା ଗଲା?

https://twitter.com/RahulGandhi/status/1288507156635901952

ରାହୁଲଙ୍କ ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ସିଏମ ଦିଗବଜୟ ସିଂ ମଧ୍ୟ ରାଫେଲ କିଣିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ ସିଂ କହିଛନ୍ତି ଯେ କ୍ୟାବିନେଟ ଅନୁମୋଦନ ବିନା ପ୍ରଧାନମନ୍ତ୍ରୀ ରାଫେଲ ଚୁକ୍ତିରେ ପରିବର୍ତ୍ତନ କରିଛନ୍ତି ଏବଂ ଏହାର ମୂଲ୍ୟ କୁହାଯାଉ ନାହିଁ। ରାଫେଲ ସମ୍ପର୍କରେ କଂଗ୍ରେସ ଦେଇଥିବା ସମସ୍ତ ଅଭିଯୋଗକୁ ଦିଗବିଜୟ ଟ୍ୱିଟ୍ ଜରିଆରେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ, ୟୁପିଏ ସରକାର ୧୨୬ଟି ମିଡିୟମ ମଲ୍ଟି ରୋଲ ଯୁଦ୍ଧ ବିମାନ ପାଇଁ ଟେଣ୍ଡର କରିଥିଲେ। ହେଲେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ଟେଣ୍ଡରର ସଂଶୋଧନ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos