ସରକାରଙ୍କ ପଦକ୍ଷେପକୁ ରାହୁଲଙ୍କ ପ୍ରଶଂସା, କହିଲେ ଏହା ଠିକ୍‌ ଦିଗରେ ପ୍ରଥମ ପଦକ୍ଷେପ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଏକ ଟ୍ୱିଟ୍‌ ଯୋଗେ କହିଛନ୍ତି, ଏହା ସରକାରଙ୍କର ଠିକ୍‌ ଦିଗରେ ପ୍ରଥମ ପଦକ୍ଷେପ। ଏହା ପୂର୍ବରୁ ତାଙ୍କ ମା’ ତଥା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସରକାରଙ୍କୁ ଏହି ସମୟରେ ପୂର୍ଣ୍ଣ ସମର୍ଥନ ରହିବ ବୋଲି ଜଣାଇଥିଲେ। The Govt announcement […]

Rahul Gandhi_Sonia Gandhi

Subrat Kumar Nayak
  • Published: Thursday, 26 March 2020
  • , Updated: 26 March 2020, 03:43 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଏକ ଟ୍ୱିଟ୍‌ ଯୋଗେ କହିଛନ୍ତି, ଏହା ସରକାରଙ୍କର ଠିକ୍‌ ଦିଗରେ ପ୍ରଥମ ପଦକ୍ଷେପ। ଏହା ପୂର୍ବରୁ ତାଙ୍କ ମା’ ତଥା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସରକାରଙ୍କୁ ଏହି ସମୟରେ ପୂର୍ଣ୍ଣ ସମର୍ଥନ ରହିବ ବୋଲି ଜଣାଇଥିଲେ।

https://twitter.com/RahulGandhi/status/1243109003325915137?s=20

ଆଜି ରାହୁଲ ଟ୍ୱିଟ୍‌ କରି କହିଛନ୍ତି, “ସରକାର ଆଜି ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ଠିକ୍‌ ଦିଗରେ ପ୍ରଥମ ପଦକ୍ଷେପ। ଭାରତ କୃଷକ, ଦିନ ମଜୁରିଆ, ଶ୍ରମିକ, ମହିଳା ଏବଂ ବୟସ୍କମାନଙ୍କ ଋଣ ଶୁଝିବାର ଅଛି। ଏମାନେ ଲକ୍‌ଡାଉନ୍‌ର ଜ୍ୱାଳା ସହୁଛନ୍ତି।”

ଏହ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲକ୍ଷେ ୭୦ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବୋଲି କୁହାଯାଉଛି। ନିର୍ମଳା କହିଛନ୍ତି, ଏହା ଗରିବ, ପ୍ରବାସୀ ଶ୍ରମିକ ଏବଂ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ କରିବ।

Related story